19.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶଆଶ୍ଚର୍ଯ୍ୟ: ବ୍ୟବସାୟୀଙ୍କୁ ମିଳିଛି ୨୧୦ କୋଟିର ବିଦ୍ୟୁତ୍ ବିଲ୍

ଆଶ୍ଚର୍ଯ୍ୟ: ବ୍ୟବସାୟୀଙ୍କୁ ମିଳିଛି ୨୧୦ କୋଟିର ବିଦ୍ୟୁତ୍ ବିଲ୍

ଶିମଲା: ହିମାଚଳ ପ୍ରଦେଶର ହମିରପୁର ଜିଲ୍ଲାର ଲଳିତ ଧିମାନ ନାମକ ଜଣେ କ୍ଷୁଦ୍ର ବ୍ୟବସାୟୀଙ୍କୁ ବିଦ୍ୟୁତ୍ କମ୍ପାନୀ ପକ୍ଷରୁ ୨୧୦ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ଦିଆଯାଇଛି। ଏନେଇ ବ୍ୟବସାୟୀଜଣକ ଯେତେବେଳେ ବିଦ୍ୟୁତ୍ କାର୍ଯ୍ୟାଳୟକୁ ଯାଇ ଅଭିଯୋଗ କରନ୍ତି ସେତେବେଳେ ତାଙ୍କ ବିଲ୍ ବାବଦ ଦେୟ ୪୦୪୭ ଟଙ୍କାକୁ ସଂଶୋଧନ କରାଯାଇଛି। ଲଳିତ ଏସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଗତ ଡିସେମ୍ବରରେ ତାଙ୍କ ନିକଟକୁ ୨,୧୦,୪୨,୦୮,୪୦୫ ଟଙ୍କାର ବିଦ୍ୟୁତ୍ ବିଲ୍ ଆସିଥିଲା।

ପୂର୍ବମାସରେ ସେ ମାତ୍ର ୨୫୦୦ ଟଙ୍କାର ବିଲ୍ ପୈଠ କରିଥିବା ବେଳେ ଏଥର ୨୧୦ କୋଟିର ବିଲ୍ କିପରି ହେଲା, ତାହା ତାଙ୍କୁ ବିସ୍ମିତ କରିଥିଲା। ଏନେଇ ସେ ଅଭିଯୋଗ କରିବା ପରେ ପୁରା ରାଜ୍ୟରେ ଏହି ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା। ଅପରପକ୍ଷରେ ବିଭାଗୀୟ କର୍ତ୍ତୃପକ୍ଷ କହିଛନ୍ତିି ଯେ, କମ୍ପ୍ୟୁଟର ତ୍ରୁଟି ଯୋଗୁଁ ବିଲ୍ ପରିମାଣ ମାତ୍ରାଧିକ ହୋଇଛି। ଏଭଳି ତ୍ରୁଟିର କାରଣ ଦର୍ଶାଇବାକୁ ହମିରପୁର ଜୋନ୍ ଅଧୀକ୍ଷଣ ଯନ୍ତ୍ରୀଙ୍କ ପକ୍ଷରୁ ଏସ୍‌ଡିଓଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking