31.1 C
Bhubaneswar
Friday, March 27, 2026
Homeଦେଶ ବିଦେଶସର୍ଜିଲ ଇମାମକୁ ଝଟକା, ଜାମିନ ଦେଲେନାହିଁ ସୁପ୍ରିମକୋର୍ଟ

ସର୍ଜିଲ ଇମାମକୁ ଝଟକା, ଜାମିନ ଦେଲେନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ମାଷ୍ଟରମାଇଣ୍ଡ୍ କୁହାଯାଉଥିବା ସର୍ଜିଲ ଇମାମକୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ଅନ୍ୟପକ୍ଷେ ସର୍ଜିଲର ଜାମିନ୍ ଆବେଦନ ଉପରେ ଶୀଘ୍ର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ ସର୍ବୋଚ୍ଚ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି। ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏହାକୁ ଛାଡି ସିଧାସଳଖ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିବା ଠିକ୍ ନୁହେଁ। ଶର୍ଜିଲଙ୍କ ଓକିଲ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦୁବେ କହିଛନ୍ତି ଯେ ୨୦୨୨ ମସିହାରୁ ଜାମିନ ଆବେଦନ ବିଚାରାଧୀନ ରହିଛି ଏବଂ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ବର୍ତ୍ତମାନ ସମୟରେ ଜାମିନ ପାଇଁ ଚାପ ପକାଉନାହାନ୍ତି। ଗତ ୨ ବର୍ଷ ହେବ ହାଇକୋର୍ଟରେ ଅନେକ ଥର ଶୁଣାଣି ସ୍ଥଗିତ ରଖାଯାଇଛି। ଏହା ଉପରେ ବିଚାରପତିମାନେ କହିଛନ୍ତି ଯେ ନଭେମ୍ବର ୨୫ରେ ମାମଲା ହାଇକୋର୍ଟରେ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ଓକିଲ ସେହିଦିନ ହାଇକୋର୍ଟରେ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରନ୍ତୁ। ଏହା ସମ୍ବିଧାନର ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ଏକ ରିଟ୍ ପିଟିସନ୍‌, ତେଣୁ ଆମେ ଏହାକୁ ଗ୍ରହଣ କରିବାକୁ ଚାହୁଁନାହୁଁ। ତେବେ ହାଇକୋର୍ଟଙ୍କ ନିର୍ଦ୍ଧାରିତ ଜାମିନ ଆବେଦନର ଶୀଘ୍ର ଶୁଣାଣି ନଭେମ୍ବର ୨୫ ତାରିଖରେ କରିବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ଅନୁରୋଧ କରିବେ। ହାଇକୋର୍ଟ ଏହି ଅନୁରୋଧ ଉପରେ ବିଚାର କରିବେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking