29.1 C
Bhubaneswar
Monday, March 23, 2026
Homeଦେଶ ବିଦେଶଅସ୍ତ୍ରୋପଚାର ହେଲା କାଳ, ପ୍ରାଇଭେଟ୍ ହସ୍ପିଟାଲର ଅବହେଳା ଯୋଗୁଁ ଚାଲିଗଲା ଦୁଇ ଦୁଇଟି ଜୀବନ

ଅସ୍ତ୍ରୋପଚାର ହେଲା କାଳ, ପ୍ରାଇଭେଟ୍ ହସ୍ପିଟାଲର ଅବହେଳା ଯୋଗୁଁ ଚାଲିଗଲା ଦୁଇ ଦୁଇଟି ଜୀବନ

ମହାରାଷ୍ଟ୍ର : ହସ୍ପିଟାଲର ଅବହେଳା ପାଇଁ ପଛକୁ ପଛ ଚାଲିଗଲା ସ୍ବାମୀ-ସ୍ତ୍ରୀଙ୍କ ଜୀବନ । ଏପରି ଅଭାବନୀୟ ଘଟଣା ମହାରାଷ୍ଟ୍ର ପୁଣେରୁ ଦେଖିବାକୁ ମିଳିଛି । ଲିଭର ପ୍ରତିରୋପଣ ଅସ୍ତ୍ରୋପଚାର ପରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା । କିଛି ଦିନ ପରେ ତାଙ୍କ ସ୍ତ୍ରୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା । ସ୍ବାମୀଙ୍କର ଅସ୍ତ୍ରୋପଚାର ପାଇଁ ସ୍ତ୍ରୀ ତାଙ୍କ ଲିଭରର କିଛି ଅଂଶ ଦେଇଥିଲେ । ଏହାରି ମଧ୍ୟରେ ଏପରି ଅଘଟଣ ଘଟିଥିଲା । ମହାରାଷ୍ଟ୍ର ସ୍ୱାସ୍ଥ୍ୟ ବିଭାଗ ଏହି ମାମଲା ପାଇଁ ଘରୋଇ ହସ୍ପିଟାଲକୁ ଏକ ନୋଟିସ୍ ଜାରି କରିଛି ।

ସୂଚନାନୁଯାୟୀ, ବାପୁ କୋମକରଙ୍କର ୧୫ ଅଗଷ୍ଟରେ ଅସ୍ତ୍ରୋପଚାର ହୋଇଥିଲା । ତାଙ୍କ ପତ୍ନୀ କାମିନୀ ତାଙ୍କ ଲିଭରର ଏକ ଅଂଶ ତାଙ୍କୁ ଦାନ କରିଥିଲେ । ପ୍ରତିରୋପଣ ଅସ୍ତ୍ରୋପଚାର ପରେ ବାପୁ କୋମକରଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିଥିଲା । ଅସ୍ତ୍ରୋପଚାରର ଠିକ୍ ୨ ଦିନ ପରେ ବାପୁ କୋମକରଙ୍କ ମୃତ୍ୟୁ ଘଟିଥିଲା । ତାଙ୍କ ପରେ ପରେ କାମିନୀ ୨୧ ଅଗଷ୍ଟରେ ସଂକ୍ରମିତ ହୋଇଥିଲେ । ତାଙ୍କ ଚିକିତ୍ସା ସମୟରେ ମଧ୍ୟ ତାଙ୍କର ଜୀବନ ଚାଲି ଯାଇଥିଲା । ତେଣୁ ଏହି ମାମଲାର ତଦନ୍ତ ଦାବି କରିଛନ୍ତି ପରିବାର ଲୋକେ ।

ଏହାରି ମଧ୍ୟରେ ଏହି ମାମଲାରେ ହସ୍ପିଟାଲ କହିଛି ଯେ, ଅସ୍ତ୍ରୋପଚାର ମାନକ ଚିକିତ୍ସା ପ୍ରୋଟୋକଲ ଅନୁସାରେ କରାଯାଇଥିଲା । ଏହି ତଦନ୍ତରେ ମଧ୍ୟ ପୂର୍ଣ୍ଣ ସହଯୋଗ କରୁଛୁ । ଏଥି ସହିତ ହସ୍ପିଟାଲ ଆହୁରି କହିଛି ଯେ, ରୋଗୀ ଅନେକ ଜଟିଳତାରେ ପୀଡିତ ଥିଲେ। ଏହି ଅପାର କ୍ଷତିର ମୁହୂର୍ତ୍ତରେ ଆମେ କୋମକାର ପରିବାର ପ୍ରତି ଆମର ଗଭୀର ସମବେଦନା ପ୍ରକାଶ କରୁଛୁ। ଏହା ଛଡ଼ା ପରିବାର ଏବଂ ଦାତାଙ୍କୁ ଅସ୍ତ୍ରୋପଚାରର ବିପଦ ବିଷୟରେ ସମ୍ପୂର୍ଣ୍ଣ ପରାମର୍ଶ ଦିଆଯାଇଥିଲା ବୋଲି ହସ୍ପିଟାଲ କହିଛି । ପ୍ରତିରୋପଣ ପରେ ବାପୁ କୋମକର କାର୍ଡିଓଜେନିକ୍ ସକ୍ ରେ ପଡ଼ିଗଲେ ଏବଂ ସମସ୍ତ ପ୍ରୟାସ ସତ୍ତ୍ୱେ, ତାଙ୍କୁ ବଞ୍ଚାଯାଇପାରିହେଲା ନାହିଁ । ସେହିପରି କାମିନୀ ମଧ୍ୟ ସେପ୍ଟିକ୍ ସକ୍ ଏବଂ ମଲ୍ଟିପଲ୍ ଅର୍ଗାନ ଫେଲ୍ୟୁୟରର ଶିକାର ହୋଇଥିଲେ। ଯାହା ଯୋଗୁଁ ତାଙ୍କୁ ମଧ୍ୟ ବଞ୍ଚାଯାଇପାରିଲା ନାହିଁ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking