32.1 C
Bhubaneswar
Sunday, March 29, 2026
Homeଖେଳପାକିସ୍ତାନ ଟିମ୍‌ରେ ସର୍ଜରୀ; ବାବର, ଶାହିନ୍‌ଙ୍କ ସମେତ ୫ ଖେଳାଳି ବାଦ୍

ପାକିସ୍ତାନ ଟିମ୍‌ରେ ସର୍ଜରୀ; ବାବର, ଶାହିନ୍‌ଙ୍କ ସମେତ ୫ ଖେଳାଳି ବାଦ୍

ମୁଲତାନ:  ପାକିସ୍ତାନ କ୍ରିକେଟ୍ ଟିମ୍‌ରେ ପୁଣିଥରେ ସର୍ଜରୀ ଦେଖିବାକୁ ମିଳିଛି । ମୁଲ୍‌ତାନ ଟେଷ୍ଟରେ ଇଂଲଣ୍ଡଠାରୁ ଏକ ଇନିଂସ୍ ଓ ୪୭ ରନ୍‌ର ଶୋଚନୀୟ ପରାଜୟ ପରେ ସ୍କ୍ୱାଡ୍‌ରେ ବଡ଼ ପରିବର୍ତ୍ତନ କରାଯାଇଛି । ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ପାଇଁ ଘୋଷଣା କରିଥିବା ସ୍କ୍ୱାଡ୍‌ରୁ ଷ୍ଟାର୍ ବ୍ୟାଟର୍ ବାବର ଆଜମ୍‌, ଫାଷ୍ଟ ବୋଲର୍ ଶାହିନ୍ ଆଫ୍ରିଦି, ନସିମ ଶାହଙ୍କୁ ବାହାର କରାଯାଇଛି । ସେହିପରି ସର୍ଫରାଜ ଅହମଦଙ୍କୁ ରିଲିଜ୍ କରାଯାଇଥିବା ବେଳେ ଅଫ୍ ସ୍ପିନର୍ ଅବରାର୍ ଅହମଦ ଅସୁସ୍ଥ ଥିବାରୁ ଟିମ୍‌ରେ ସ୍ଥାନ ପାଇ ନାହାନ୍ତି । ବାବରଙ୍କ ସ୍ଥାନରେ ଟିମ୍‌ରେ କାମରାନ୍ ଗୁଲାମଙ୍କୁ ସାମିଲ କରାଯାଇଛି । ସେହିପରି ସାଜିଦ୍ ଖାନ୍‌, ହସିବୁଲ୍ଲାହ, ମେହରାନ୍ ମୁମତାଜ୍ ଏବଂ ଜାହିର ମେହମୁଦ୍‌ଙ୍କୁ ସ୍କ୍ୱାଡ୍‌ରେ ସ୍ଥାନ ମିଳିଛି । ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୫ରୁ ଖେଳାଯିବ ।

ଗତବର୍ଷ ପର୍ଯ୍ୟନ୍ତ ପାକିସ୍ତାନର କ୍ୟାପ୍‌ଟେନ୍ ଥିବା ବାବର ଦେଶର ନମ୍ବର ଏକ ବ୍ୟାଟର ଥିଲେ । ୨୦୨୨ ନଭେମ୍ବର ପରଠାରୁ ଟେଷ୍ଟ କ୍ରିକେଟ୍‌ରେ ସେ ଅର୍ଦ୍ଧଶତକ ମଧ୍ୟ ହାସଲ କରିପାରି ନାହାନ୍ତି । ୧୧ ଦିନ ତଳେ ଅକ୍ଟୋବର ୧ ତାରିଖରେ ବାବର ଦିନିକିଆ ଏବଂ ଟି-୨୦ ଟିମ୍‌ର ନେତୃତ୍ୱରୁ ଓହରି ଯାଇଥିଲେ । ଶାହିନ୍ ଓ ନସିମ୍‌ଙ୍କ କ୍ଷେତ୍ରରେ ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳିଛି । ଦୁହେଁ ପାକିସ୍ତାନର ମୁଖ୍ୟ ଫାଷ୍ଟ ବୋଲର୍ ହୋଇଥିଲେ ମଧ୍ୟ ଲଗାତାର ୱିକେଟ୍ ହାସଲ କରିବାରେ ବିଫଳ ହୋଇଛନ୍ତି ।

ପାକିସ୍ତାନ ସ୍କ୍ୱାଡ୍‌: ଶାନ୍ ମସୁଦ (କ୍ୟାପ୍‌ଟେନ୍‌), ସଉଦ୍ ଶକିଲ୍ (ଭାଇସ୍ କ୍ୟାପ୍‌ଟେନ୍‌), ଆମିର ଜମାଲ, ଅବ୍‌ଦୁଲ୍ଲାହ ଶଫିକ୍‌, ହସିବୁଲ୍ଲାହ (ୱିକେଟ୍‌କିପର୍‌), କାମ୍‌ରାନ ଗୁଲାମ, ମେହରାନ୍ ମୁମତାଜ, ମୀର ହମ୍‌ଜା, ମହମ୍ମଦ ଅଲୀ, ମହମ୍ମଦ ହୁରୈରା, ନୌମାନ ଅଲୀ, ସଇମ୍ ଅୟୁବ୍‌, ସାଜିଦ୍ ଖାନ୍‌, ସଲମାନ୍ ଅଲୀ ଆଗା, ଜାହିଦ୍ ମହମ୍ମୁଦ ଓ ମହମ୍ମଦ ରିଜୱାନ୍ (ୱିକେଟ୍‌କିପର୍‌) ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking