22.1 C
Bhubaneswar
Wednesday, December 10, 2025
Homeଓଡିଶାସୁରେନ୍ଦ୍ର ବେହେରାଙ୍କ କୋଟିକୋଟି ଟଙ୍କାର ସମ୍ପତି ଠାବ

ସୁରେନ୍ଦ୍ର ବେହେରାଙ୍କ କୋଟିକୋଟି ଟଙ୍କାର ସମ୍ପତି ଠାବ

ଅନୁଗୁଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ଅନୁଗୁଳର ଜଳସେଚନ ବିଭାଗର ଅଧିକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରା । ସୁରେନ୍ଦ୍ର ବେହେରାଙ୍କ କୋଟିକୋଟି ଟଙ୍କାର ସମ୍ପତି ଠାବ ହୋଇଛି । ରେଡ ବେଳେ ୨ଟି ବହୁତଳ ପ୍ରାସାଦ ଠାବ ହୋଇଛି । ୪ଟି ଦାମୀ ପ୍ଲଟ, ନଗଦ ୧ ଲକ୍ଷ ୨୫ ହଜାର ଟଙ୍କା ଜବତ କରାଯାଇଛି । ଏକକାଳୀନ ୮ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଛି । ସୁନ୍ଦରଗଡ, ରାଉରକେଲା, ଭୁବନେଶ୍ୱର, ଗଞ୍ଜାମ, ଅନୁଗୁଳରେ ରେଡ କରୁଛି ଭିଜିଲାନ୍ସ ।ବାବୁଙ୍କ ସୁନ୍ଦରଗଡ଼ ଜିଲ୍ଲା ସୁନ୍ଦରଗଡ଼ ସହରରେ ଅବସ୍ଥିତ ତିନି ମହଲା କୋଠାଛେଣ୍ଡ, M/20, ଗୋପବନ୍ଧୁ ନଗର, ରାଉରକେଲାରେ ଅବସ୍ଥିତ ଦୁଇ ମହଲା ବିଶିଷ୍ଟ କୋଠା।ଘାଟିକିଆ, ଭୁବନେଶ୍ୱରରେ 2ଟି ଫ୍ଲାଟରଣଝାଲ୍ଲୀ ପୁରୁଷୋତ୍ତମପୁର , ଗଞ୍ଜାମ ରେ ତାଙ୍କର ପିତୃପୁରୁଷ ଘର। ତାଙ୍କର ଆବାସିକ ସରକାରୀ କ୍ୱାର୍ଟର। ଅନୁଗୁଳ ଜଳସେଚନ ବିଭାଗରେ ଶ୍ରୀ ବେହେରାଙ୍କ କାର୍ଯ୍ୟାଳୟ ରେ ଖୋଜା ଚାଲିଛି। ସୁନ୍ଦରଗଡ଼ର ସ୍ୱତନ୍ତ୍ର ବିଚାରପତି, ଭିଜିଲାନ୍ସ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ 3 ଜଣ ଡିଏସ୍ପି, 10 ଜଣ ଇନ୍ସପେକ୍ଟର, 4 ଜଣ ଏଏସ୍ଆଇ ଏବଂ ଅନ୍ୟାନ୍ୟ ସହାୟକ କର୍ମଚାରୀ ସାମିଲ ହୋଇଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking