19.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶକେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ପରାମର୍ଶ; ସଂସଦରେ ପକ୍ସୋ ଆଇନ୍‌ରେ ପରିବର୍ତ୍ତନ ଆଣ

କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ବଡ଼ ପରାମର୍ଶ; ସଂସଦରେ ପକ୍ସୋ ଆଇନ୍‌ରେ ପରିବର୍ତ୍ତନ ଆଣ

ନୂଆଦିଲ୍ଲୀ : ସଂସଦରେ ପକ୍ସୋ ଆଇନ୍‌ରେ ପରିବର୍ତ୍ତନ କରିବା ସହ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଶବ୍ଦ ସ୍ଥାନରେ ଶିଶୁ ଯୌନ ନିର୍ଯାତନା ତଥା ନିର୍ଯାତନା ବିଷୟ ଲେଖାଯାଉ ବୋଲି କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ। ଚାଇଲ୍ଡ ପର୍ଣ୍ଣୋଗ୍ରାଫି ସମ୍ପର୍କୀତ ଏକ ମାମଲା ଉପରେ ଶୁଣାଣି କରିବାକୁ ଯାଇ ସୋମବାର ଏକ ବଡ଼ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ। ପିଲାଙ୍କ ସହ ଜଡିତ ଅଶ୍ଳୀଳ କଣ୍ଟେଣ୍ଟ ଦେଖିବା, ପ୍ରକାଶିତ କରିବା କିମ୍ବା ଏହାକୁ ଡାଉନ୍‌ଲୋଡ୍ କରିବା ଦଣ୍ଡନୀୟ ଅପରାଧ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସୁପ୍ରିମକୋର୍ଟଙ୍କ ଅନୁସାରେ ଚାଇଲ୍ଡ ପର୍ଣ୍ଣୋଗ୍ରାଫି ଡାଉନଲୋଡ୍ କିମ୍ବା ଦେଖିବା ପୋକ୍ସୋ ଆଇନ୍ ଅଧିନିୟମ ଅଟେ।
ସିଜେଆଇ ଡିୱାଇ ଚନ୍ଦ୍ରଚୂଡ୍‌, ଜଷ୍ଟିସ୍ ଜେବି ପାରଦିୱାଲା ଏବଂ ଜଷ୍ଟିସ୍ ମନୋଜ ମିଶ୍ରଙ୍କୁ ନେଇ ଗଠିତ ୩ଜଣିଆ ଖଣ୍ଡପୀଠ ଆଜି ଏହି ନିଷ୍ପତ୍ତି ଶୁଣାଇନ୍ତି। ଏଥିସହ ସୁପ୍ରିମକୋର୍ଟ ମାଡ୍ରାସ ହାଇକୋର୍ଟଙ୍କ ଏକ ପୂର୍ବ ନିଷ୍ପତ୍ତିକୁ ମଧ୍ୟ ରଦ୍ଦ କରିଛନ୍ତି। ପ୍ରକାଶ, ନିକଟରେ ମାଡ୍ରାସ ହାଇକୋର୍ଟ ମୋବାଇଲ୍ ଫୋନରେ ଶିଶୁ ଅଶ୍ଳୀଳ ବିଷୟବସ୍ତୁ ରଖିଥିବା ଅଭିଯୋଗ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଚାଲିଥିବା ମାମଲାକୁ ବାତିଲ କରିଦେଇଥିଲେ। କେବଳ ଶିଶୁ ଅଶ୍ଳୀଳତା ଡାଉନଲୋଡ୍ କରିବା ଏବଂ ଦେଖିବା ପୋକ୍ସୋ ଆଇନ ଅନୁଯାୟୀ ଅପରାଧ ନୁହେଁ ବୋଲି ମାଡ୍ରାସ ହାଇକୋର୍ଟ ନିଜ ରାୟରେ ଦର୍ଶାଇଥିଲେ। ମାଡ୍ରାସ ହାଇକୋର୍ଟଙ୍କ ଏହି ରାୟ ଆସିବା ପରେ ଶିଶୁ ଅଧିକାର ପାଇଁ କାର୍ଯ୍ୟ କରୁଥିବା ଅନେକ ସଂଗଠନ ଏହାକୁ ବିରୋଧ କରି ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ଆଜି ଏହି ମାମଲାର ଶୁଣାଣି ହୋଇଛି।
ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଶୁଣାଣି କରୁଥିବା ଏହି ବେଞ୍ଚର ଅନ୍ୟତମ ଜଷ୍ଟିସ୍ ପାରଦିୱାଲା ୨୦୦ ପୃଷ୍ଠାର ରାୟ ଲେଖିଛନ୍ତି। ସେ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ପୋକ୍ସୋ ଆଇନରେ ପରିବର୍ତ୍ତନ ସଂସଦରେ ଅନୁମୋଦନ ନହୁଏ ସେପର୍ଯ୍ୟନ୍ତ ଏକ ନିୟମ ଆଣିବା ଉଚିତ୍‌। ସୁପ୍ରିମକୋର୍ଟ ମଧ୍ୟ ଦେଶର ଅନ୍ୟ କୋର୍ଟଗୁଡ଼ିକୁ ସେମାନଙ୍କ ନିର୍ଦ୍ଦେଶରେ ସିଏସ୍‌ଏଇଏମ୍ (ଚାଇଲ୍ଡ ସେକ୍ସୁଆଲ ଏକ୍ସପ୍ଲୋଏଟେଟିଭ୍ ଆଣ୍ଡ୍ ଆବ୍ୟୁସିଭ୍ ମାଟେରିଆଲ’ ଲେଖିବାକୁ ପରାମର୍ଶ ଦେଇଛନ୍ତି। ଯାହାଫଳରେ ଏହିପରି ଅପରାଧର ବାସ୍ତବତାକୁ ଅଧିକ ସଠିକ୍ ଭାବରେ ଦର୍ଶାଯାଇପାରିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking