18.1 C
Bhubaneswar
Thursday, February 5, 2026
Homeଓଡିଶାଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ; ସୁପ୍ରିମୋ ନେବେ ନିଷ୍ପତ୍ତି: ଧ୍ରୁବ

ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗ; ସୁପ୍ରିମୋ ନେବେ ନିଷ୍ପତ୍ତି: ଧ୍ରୁବ

ଭୁବନେଶ୍ୱର: ଉପରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିଜେଡି ବିଧାୟକ ଧ୍ରୁବ ସାହୁ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ନିଷ୍ପତ୍ତି ନେବେ। ବିଜେଡି ଏନଡିଏ ସମର୍ଥିତ ପ୍ରାର୍ଥଙ୍କୁ ସମର୍ଥନ ଜଣାଇବ କି ନାହିଁ ସେ ନିଷ୍ପତ୍ତି ଦଳୀୟ ସୁପ୍ରିମୋ ନେବେ। ଦଳର ସଭାପତି ଯାହା ନିଷ୍ପତ୍ତି ନେବେ ତାହା ଫାଇନାଲ। କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂ ନବୀନ ପଟ୍ଟନାୟକଙ୍କୁ ଫୋନ୍ କରିବା ଏବଂ ଉପରାଷ୍ଟ୍ରପତି ନିର୍ବାଚନରେ ସମର୍ଥନ ଲୋଡ଼ିବା ପ୍ରସଙ୍ଗରେ ବିଧାୟକ ଧ୍ରୁବ ସାହୁ ଏହି କଥା କହିଛନ୍ତି। ସୂଚନାଯୋଗ୍ୟ, ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ଏନ୍‌ଡିଏ ପ୍ରାର୍ଥୀ ଘୋଷଣା କରିସାରିଛି। ମହାରାଷ୍ଟ୍ରର ରାଜ୍ୟପାଳ ସି ପି ରାଧାକ୍ରିଷ୍ଣନ୍‌ ଏନ୍‌ଡିଏର ପ୍ରାର୍ଥୀ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking