36.1 C
Bhubaneswar
Friday, April 3, 2026
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ

ସୁପ୍ରିମକୋର୍ଟଙ୍କ ବଡ଼ ରାୟ; ସମ୍ବିଧାନରୁ ହଟିବନି ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ

ନୂଆଦିଲ୍ଲୀ: ସମ୍ବିଧାନର ପ୍ରସ୍ତାବନାରୁ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ ହଟାଇବା ପାଇଁ ହୋଇଥିବା ଆବେଦନକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ପିଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଆବେଦନର ଶୁଣାଣି କରିଛନ୍ତି। ଖଣ୍ଡପୀଠ କହିଛନ୍ତି, ଭାରତୀୟ ପରିପ୍ରେକ୍ଷୀରେ ସମାଜବାଦୀ ହେବାର ଅର୍ଥ କେବଳ ଏକ କଲ୍ୟାଣକାରୀ ରାଷ୍ଟ୍ର। ସଂସଦର ସଂଶୋଧନ କ୍ଷମତା ପ୍ରସ୍ତାବନା ପର୍ଯ୍ୟନ୍ତ ବି ରହିଛି। ପ୍ରସ୍ତାବନା ଗୃହୀତ ହେବାର ତାରିଖ ପ୍ରସ୍ତାବନାରେ ସଂଶୋଧନ ପାଇଁ ସଂସଦର କ୍ଷମତାକୁ ସୀମିତ କରେ ନାହିଁ। ଏହାକୁ ଆଧାର କରି ଖଣ୍ଡପୀଠ ଆବେଦନକାରୀଙ୍କ ଯୁକ୍ତିକୁ ଖାରଜ କରିଦେଇଛନ୍ତି। ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ଅର୍ଥାତ୍ ୧୯୭୬ ମସିହାରେ ୪୨ତମ ସମ୍ବିଧାନ ସଂଶୋଧନ ଜରିଆରେ ସମାଜବାଦୀ, ଧର୍ମ ନିରପେକ୍ଷ,ସଂହତି ଏବଂ ଅଖଣ୍ଡତା ଭଳି ଶବ୍ଦକୁ ସମ୍ବିଧାନରେ ସାମିଲ କରାଯାଇଥିଲା। ତେବେ ଏହି ଦୁଇଟି ଶବ୍ଦ ସମ୍ବିଧାନର ଉଦ୍ଦେଶିକାରେ ଅନ୍ତର୍ଭୁକ୍ତ କରାଯିବାର ଅନେକ ବର୍ଷ ବିତିଗଲାଣି। ଏତେ ବର୍ଷ ପରେ କାହିଁକି ଏହି ମାମଲାକୁ ଗୁରୁତ୍ୱଦେବାକୁ ଚେଷ୍ଟା କରାଯାଉଛି ବୋଲି ପ୍ରଧାନ ବିଚାରପତି ଶୁଣାଣି ଅବକାଶରେ ଆବେଦନକାରୀଙ୍କୁ ପ୍ରଶ୍ନ କରିଛନ୍ତି।
ବିଜେପିର ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ ସ୍ୱାମୀ, ଆଡ୍‌ଭୋକେଟ ବିଷ୍ଣୁ ଶଙ୍କର ଜୈନ ଏବଂ ଅନ୍ୟମାନଙ୍କ ପକ୍ଷରୁ ଏନେଇ ପିଟିସନ ଦାୟର କରାଯାଇଥିଲା। ଆବେଦନକାରୀମାନେ ସମ୍ବିଧାନର ଉଦ୍ଦେଶିକାରେ ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦର ଅନ୍ତର୍ଭୁକ୍ତିକରଣକୁ ଚ୍ୟାଲେଞ୍ଜ କରିଥିଲେ। ଜରୁରିକାଳୀନ ପରିସ୍ଥିତିରେ ୪୨ତମ ସଂଶୋଧନରେ ଏହି ଶବ୍ଦ ଦ୍ୱୟ ଅନ୍ତର୍ଭୁକ୍ତ କରାଯିବା ଅସାମ୍ବିଧାନିକ ବୋଲି ଏମାନେ ଦର୍ଶାଇଥିଲେ। ସିଜେଆଇ ଖାନ୍ନା ସମସ୍ୟାକୁ ହୃଦବୋଧ କରିବା ସହିତ ଆବେଦନକାରୀମାନଙ୍କୁ ସ୍ମରଣ କରାଇ କହିଥିଲେ, ପୂର୍ବରୁ ୪୨ ତମ ସଂଶୋଧନର ନ୍ୟାୟିକ ଯାଞ୍ଚ ହୋଇସାରିଛି। ଧର୍ମନିରପେକ୍ଷତା ସମ୍ବିଧାନର ମୂଳ ପିଣ୍ଡର ଏକ ଅଂଶ। ଏହାକୁ ବଦଳାଯାଇପାରିବ ନାହିଁ। ଏହା ୧୯୪୯ରେ ନିର୍ଦ୍ଧାରଣ ହୋଇଥିବା ସମ୍ବିଧାନ ଉପରେ ମଧ୍ୟ କୌଣସି ପ୍ରଭାବ ପକାଉନାହିଁ। ତେବେ ସମ୍ବିଧାନର ଅନୁଚ୍ଛେଦ ୩୬୮ ଏଥିରେ ସଂଶୋଧନ କରିବା ପାଇଁ ସଂସଦକୁ ଅନୁମତି ଦେଉଛି ବୋଲି କହିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଖାନ୍ନା।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking