20.1 C
Bhubaneswar
Monday, January 19, 2026
Homeଦେଶ ବିଦେଶଦିଲ୍ଲୀ ପ୍ରଦୂଷଣ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ଦିଲ୍ଲୀ ପ୍ରଦୂଷଣ ନେଇ କେନ୍ଦ୍ର ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ସଙ୍କଟ ନେଇ ବୁଧବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ କୋର୍ଟ ପଞ୍ଜାବ ଓ ହରିୟାଣା ସରକାରଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି। କୋର୍ଟ କହିଛନ୍ତି, ପ୍ରଦୂଷଣ ମାମଲାରେ କମ୍ ଜରିମାନା କାହିଁକି ହେଉଛି, ଏଭଳି କରି ଆପଣ ଲୋକଙ୍କୁ ପ୍ରୋତ୍ସାହିତ କରୁଛନ୍ତି। ସେଭଳି କୋର୍ଟ କୁଟା ଜାଳିବା ପ୍ରସଙ୍ଗରେ ଉପରେ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

କୋର୍ଟ କହିଛନ୍ତି, ପ୍ରଦୂଷଣକୁ ରୋକିବାରେ ବିଫଳ ଥିବା ଅଧିକାରୀଙ୍କ ଉପରେ ସିଧା କାର୍ଯ୍ୟାନୁଷ୍ଠାନ କାହିଁକି କରାଯାଇ ନାହିଁ। ଏହା ବଦଳରେ ତାଙ୍କୁ କେବଳ ନୋଟି ଜାରି କରି ଜବାବ ମଗା ଯାଇଛ। ସାମନାକୁ ଆସିଛି ଯେ, ସୁପ୍ରିମକୋର୍ଟ ବାୟୁ ପ୍ରଦୂଷଣକୁ ନେଇ ଗଭୀର ଚିନ୍ତା ପ୍ରକାଶ କରି କେନ୍ଦ୍ର ସରକାରଙ୍କୁ ଦୁଇ ସପ୍ତାହର ସମୟ ଦେଇଛନ୍ତି ସେ ପରିବେଶ ସଂରକ୍ଷଣ ଅଧିନିୟମ(ଇପିଏ) ଅନୁସାରେ ନିୟମ ତିଆରି କରନ୍ତୁ ଓ ଦାୟିତ୍ୱବାନ ଅଧିକାରୀଙ୍କୁ ନିଯୁକ୍ତି କରନ୍ତୁ। କୋର୍ଟ କଡା ଶବ୍ଦରେ କହିଛନ୍ତି, ଏହା କେବଳ ଆଇନର ଉଲଂଘନ ମାମଲା ନୁହେଁ, ବଂର ନାଗରିକତାର ମୌଳିକ ଅଧିକାରର ଖୋଲା ଉଲଂଘନ।

କୋର୍ଟ ପଞ୍ଜାବ ଓ ହରିୟାଣାରେ କୁଟା ଜାଳୁଥିବା ଘଟଣା ସମ୍ପର୍କରେ ଆଲୋଚନା କରି କହିଛନ୍ତି, ଦୁଇ ରାଜ୍ୟର ଦଣ୍ଡାତ୍ମକ କାର୍ଯ୍ୟାନୁଷ୍ଠାନ ଅଧା ରହିଛି। ପଞ୍ଜାବରେ ୧୦୯୮ ମାମଲରୁ କେବଳ ୪୮୩ଙ୍କୁ କ୍ଷତିପୂରଣ ମିଳିଛି, ସେଭଳି ହରିୟାଣାରେ ୪୯୮ ମାମଲାରୁ କେବଳ ୯୩ ବ୍ୟକ୍ତିଙ୍କ ବିରୋଧରେ ଏଫ୍‌?ଆଇଆର ରୁଜୁ କରାଯାଇଛି। କୋର୍ଟ କହିଛନ୍ତି, ଏହା ସ୍ପଷ୍ଟ ଯେ, ଆଇନକୁ କଡା ଭାବରେ ପାଳନ କରାଯାଉନି ଓ ଦାୟୀ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ସେଭଳି ସଲିସିଟର ଜେନେରାଲ କୋର୍ଟଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ, ୧୦ ଦିନ ଭିତରେ ନିୟମ ତିଆରି କରାଯିବ ଓ ପୁରା ବ୍ୟବସ୍ଥାକୁ ଲାଗୁ କରାଯିବ। ଏହାପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ଚେତାବନୀ ଦେଇଛନ୍ତି ଏବେ ସମୟ ଆସିଗଲା ନାଗରିକଙ୍କୁ ସ୍ୱଚ୍ଛ ପରିବେଶରେ ବଞ୍ଚିବାର ମୌଳିକ ଅଧିକାରକୁ ସୁରକ୍ଷିତ କରାଯାଉ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking