27.1 C
Bhubaneswar
Friday, March 27, 2026
Homeଦେଶ ବିଦେଶରାହୁଲ ଗାନ୍ଧୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ରାହୁଲ ଗାନ୍ଧୀଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: କଂଗ୍ରେସ ସାଂସଦ ତଥା ଲୋକସଭାରେ ବିରୋଧୀ ଦଳ ନେତା ଥିବା ରାହୁଲ ଗାନ୍ଧୀଙ୍କୁ ସୋମବାର କଡା ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ରାହୁଲଙ୍କୁ କହିଛନ୍ତି, ଯଦି ତୁମେ ପ୍ରକୃତ ଭାରତୀୟ ହୋଇଥାନ୍ତ ତେବେ ସେନା କିମ୍ବା ଦେଶ ବିରୋଧରେ ଏପ୍ରକାର ବୟାନବାଜି କରିନଥାନ୍ତ । ସେହିପରି ଅନ୍ୟ ଏକ ପ୍ରସଙ୍ଗରେ ରାହୁଲଙ୍କୁ ତାତ୍ସଲ୍ୟ କରି କହିଛନ୍ତି ସବୁକଥା ସୋସିଆଲ ମିଡିଆରେ କହୁଛ, କିନ୍ତୁ ଜଣେ ସାଂସଦ ଭାବେ ସଂସଦରେ କାହିଁକି ସେସବୁ ପ୍ରସଙ୍ଗ ଉଠାଉନ? ବିଚାରପତି ଜଷ୍ଟିସ୍ ଦୀପଙ୍କର ଦତ୍ତା ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିହଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରୁଛନ୍ତି ।

କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା ସମୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତୀୟ ସେନା ବିରୋଧରେ କିଛି ବିବାଦୀୟ ଟିପ୍ପଣୀ କରିଥିଲେ । ଏହାକୁ ନେଇ ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା ଏବଂ ଏହା ସୁପ୍ରିମକୋର୍ଟକୁ ଯାଇଥିଲା । ତେବେ ଏହି ମାମଲା ଉପରେ ଶୁଣାଣି କରିବା ପୂର୍ବକ ଏପ୍ରକାର କଡା ଶବ୍ଦରେ ରାହୁଲଙ୍କୁ ଭର୍ତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ପ୍ରକାଶ, ଭାରତ ଜୋଡୋ ସମୟରେ ରାହୁଲ କହିଥିଲେ ଯେ, ଆମ ପ୍ରଧାନମନ୍ତ୍ରୀ ଦେଶର ସେନାବାହିନୀକୁ ପ୍ରଶଂସା କରୁଛନ୍ତି । କିନ୍ତୁ ସେହି ସେନାବାହିନୀର ଉପସ୍ଥିତିରେ ଚୀନ୍ ଭାରତର ପ୍ରାୟ ୨୦୦୦ ବର୍ଗ କିଲୋମିଟର ଭୂଭାଗକୁ ନିଜ ଦଖଲକୁ ନେଇଯାଇଛି । ଏହା ଉପରେ ଆଜିର ଶୁଣାଣି କରିବା ସମୟରେ ସୁପ୍ରିମକୋର୍ଟ ରାହୁଲଙ୍କୁ ପ୍ରଶ୍ନ କରିଥିଲେ ଯେ କେଉଁ ବିଶ୍ୱସନୀୟ ପ୍ରମାଣ ଆଧାରରେ ସେ ଏପରି କହିଥିଲେ । ସୀମାରେ ବିବାଦ ଚାଲିଥିବା ବେଳେ ଜଣେ ପ୍ରକୃତ ନାଗରିକ ଏପରି କିପରି କହିପାରିବ? ଏସବୁ ମଧ୍ୟରେ ସୁପ୍ରିମକୋର୍ଟ ରାହୁଲ ଗାନ୍ଧୀଙ୍କ ବିରୋଧରେ ନିମ୍ନ ଅଦାଲତରେ ଚାଲିଥିବା ମାନହାନିଜନିତ ମାମଲାର ଶୁଣାଣିକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି । କୋର୍ଟ ଉତ୍ତରପ୍ରଦେଶ ସରକାର ଏବଂ ଅଭିଯୋଗକାରୀ ଉଦୟଶଙ୍କର ଶ୍ରୀବାସ୍ତବଙ୍କୁ ନୋଟିସ୍ ଜାରି କରି ତିନି ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking