19.1 C
Bhubaneswar
Tuesday, January 28, 2025
Homeଦେଶ ବିଦେଶପ୍ରଦୂଷଣକୁ ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ପ୍ରଦୂଷଣକୁ ନେଇ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତାଗିଦ୍

ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଦୂଷଣର ଆସ୍ଥରଣ ବଢିବାରେ ଲାଗିଛି , ବାୟୁ ପାଲଟି ଗଲାଣି ବିଷ । ଏହି ମାମଲାରେ ଜିଆରଏପି ଲାଗୁ କରିବାରେ କାହିଁକି ବିଳମ୍ବ ହୋଇଛି ବୋଲି ଦିଲ୍ଲୀ ସରକାରଙ୍କୁ ତାଗିଦ୍ କରିଛନ୍ତି ସୁପ୍ରିମକୋର୍ଟ । କହିଛନ୍ତି ଅଧିକାଂଶ ସ୍ଥାନରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ରୁ ଅଧିକ ରହିଛି , ଜିଆରଏପି ଲାଗୁ କରିବାକୁ କାହିଁକି ୩ ଦିନ ଲାଗିଲା । ଲଗାତର ସପ୍ତାହ ଧରି ଦିଲ୍ଲୀରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୦୦ ଉପରେ ରହି ଆସିଲାଣି । ଗତକାଲି ସନ୍ଧ୍ୟା ୭ଟାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ୪୫୭ ଛୁଇଁଥିଲା । ଏହାପରେ ଜିଆରଏପି ସବ୍ କମିଟିର ଜରୁରୀ ବୈଠକ ବସିଥିଲା। ଏହାର ମୁକାବିଲା ପାଇଁ ଜିଆରଏପି-୪ କଟକଣା ନେଇ ନିଷ୍ପତ୍ତି ହୋଇଥିଲା । ଏହାପୂର୍ବରୁ ଅକ୍ଟୋବର ୧୪ ତାରିଖରେ ଜିଆରଏପି-୧, ଅକ୍ଟୋବର ୨୧ରେ ଜିଆରଏପି-୨ ଏବଂ ନଭେମ୍ବର ୧୪ ତାରିଖରେ ଜିଆରଏପି-୩ ଲାଗୁ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking