30.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶସୁଧୁରୁନି ଦିଲ୍ଲୀ ପ୍ରଦୂଷଣ ସ୍ଥିତି; ଯାଞ୍ଚ କରିବେ ସୁପ୍ରିମକୋର୍ଟର ୧୩ଜଣିଆ ଓକିଲ ପ୍ୟାନେଲ

ସୁଧୁରୁନି ଦିଲ୍ଲୀ ପ୍ରଦୂଷଣ ସ୍ଥିତି; ଯାଞ୍ଚ କରିବେ ସୁପ୍ରିମକୋର୍ଟର ୧୩ଜଣିଆ ଓକିଲ ପ୍ୟାନେଲ

ନୂଆଦିଲ୍ଳୀ: ଦିଲ୍ଲୀ ପ୍ରଦୂଷଣଜନିତ ସ୍ଥିତି ସୁଧୁରିବାର ନାଁ ଧରୁନି। ଅନ୍ୟପକ୍ଷେ ଦିଲ୍ଲୀ ବାୟୁ ପ୍ରଦୂଷଣକୁ ନେଇ ସୁପ୍ରିମକୋର୍ଟ ଲଗାତାର ଅପଡେଟ୍ ନେଉଛନ୍ତି। ପ୍ରଦୂଷଣ ରୋକିବା ପାଇଁ ସରକାରୀ ପଦକ୍ଷେପ ଉପରେ ମଧ୍ୟ ସୁପ୍ରିମକୋର୍ଟ ନଜର ରଖିଛନ୍ତି। ସୁପ୍ରିମକୋର୍ଟଙ୍କୁ ଅବଗତ କରାଯାଇଛି ଯେ, ସାମ୍ପ୍ରତିକ ପାଣିପାଗ ଯୋଗୁଁ ଦିଲ୍ଲୀ-ଏନ୍‌ସିଆରରେ ପ୍ରଦୂଷଣ ଗତ କିଛି ଦିନ ତୁଳନାରେ ହ୍ରାସ ପାଇଛି, କିନ୍ତୁ ଏକ୍ୟୁଆଇ ଏବେ ବି ଗମ୍ଭୀର ସ୍ତରରେ ରହିଛି। ଶୁକ୍ରବାର ସକାଳ ୫ଟାରେ ଦିଲ୍ଲୀର ଏକ୍ୟୁଆଇ ୩୬୭ ରେକର୍ଡ କରାଯାଇଛି। ଏସବୁ ମଧ୍ୟରେ ତେବେ ଦିଲ୍ଲୀ ପ୍ରଦୂଷଣଜନିତ ସ୍ଥିତିର ଯାଞ୍ଚ୍ କରିବା ପାଇଁ ସୁପ୍ରିମକୋର୍ଟଙ୍କ ଏକ ୧୩ ଜଣିଆ ଓକିଲ ପ୍ୟାନେଲ୍‌ଙ୍କୁ ଦାୟିତ୍ୱ ଦିଆଯାଇଛି। ଏହି ୧୩ ଜଣିଆ ଦଳ ଦିଲ୍ଲୀ ପ୍ରବେଶ ପଥରେ ଚତୁର୍ଥ ପର୍ଯ୍ୟାୟର ଧାରା ‘ଏ ଏବଂ ବି’ ପାଳନ କରାଯାଉଛି କି ନାହିଁ ତାହା ସୁନିଶ୍ଚିତ କରିବା ସେନେଇ ଯାଞ୍ଚ କରିବେ ଏବଂ ଆସନ୍ତାକାଲି ସୁଦ୍ଧା ଏମାନଙ୍କୁ ସୁପ୍ରିମକୋର୍ଟରେ ବିସ୍ତୃତ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଲଗାତାର ଦ୍ୱିତୀୟ ଥର ପାଇଁ ଦିଲ୍ଲୀ ପୁଲିସକୁ ସୁପ୍ରିମକୋର୍ଟଙ୍କ କଠୋର ମନ୍ତବ୍ୟର ସମ୍ମୁଖୀନ ହେବାକୁ ପଡିଛି। ଶୁକ୍ରବାର କେନ୍ଦ୍ର ସରକାରଙ୍କ ତରଫରୁ ହାଜର ହୋଇଥିବା ଏଏସ୍‌ଜି (ଆଟର୍ଣ୍ଣି ସଲିସିଟର ଜେନେରାଲ) ଏହି ୧୩ ଓକିଲଙ୍କ ନାମକୁ ଦିଲ୍ଲୀ କମିଶନରଙ୍କ ନିକଟକୁ ପଠାଇବେ। ଦିଲ୍ଲୀ କମିଶନର ତୁରନ୍ତ ଜଣେ ନୋଡାଲ ଅଫିସର ନିଯୁକ୍ତ କରିବେ ଏବଂ ଏହି ନୋଡାଲ ଅଧିକାରୀଜଣକ ଏହି ୧୩ ଜଣିଆ ଆଡଭୋକେଟ୍‌ଙ୍କ ସହ ଯୋଗାଯୋଗ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀକୁ ୧୧୩ଟି ପ୍ରବେଶ ପଥ ମଧ୍ୟରୁ ପ୍ରାୟ ୧୦୦ଟି ପ୍ରବେଶ ପଥ ମାନବବିହୀନ ଅର୍ଥାତ ଟ୍ରକ୍‌ର ପ୍ରବେଶ ଯାଞ୍ଚ କରିବାକୁ କେହିନାହାନ୍ତି ତେଣୁ ବାରର ସଦସ୍ୟମାନଙ୍କୁ ଯାଇ ସେହି ପଏଣ୍ଟଗୁଡିକ ଯାଞ୍ଚ କରିବାକୁ କୁହାଯାଇଛି। ସେହିପରି ଯେଉଁସବୁ ପ୍ରବେଶ ଗେଟ୍‌ରେ ସିସିଟିଭି କ୍ୟାମେରା ଲାଗିଛି ସେସବୁର ଫୁଟେଜ୍‌କୁ ଆମିକସ୍ କ୍ୟୁରିଙ୍କୁ ଦେବାକୁ ସୁପ୍ରିମକୋର୍ଟ ଦିଲ୍ଲୀ ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି।

ବାୟୁମଣ୍ଡଳ ପ୍ରଦୂଷଣଜନିତ ସଙ୍କଟ ମଧ୍ୟରେ ଜାତୀୟ ରାଜଧାନୀର ହସ୍ପିଟାଲ ଗୁଡ଼ିକର ପ୍ରବଳ ବାୟୁ ପ୍ରଦୂଷଣ ସହ ଜଡିତ ଶ୍ୱାସକ୍ରିୟା ଜନିତ ରୋଗର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ଏସବୁ ମଧ୍ୟରେ “ଚଳନ୍ତା ନିମୋନିଆ’ ବା ‘ୱାକିଂ ନିମୋନିଆ’ ନାମକ ରୋଗ ଦିଲ୍ଲୀବାସୀଙ୍କୁ ଆକ୍ରାନ୍ତ କରିବାରେ ଲାଗିଛି। ତେବେ ଏହା ଏକ ଫୁଲ-ବ୍ଲୋନ୍ ନିମୋନିଆ ଅପେକ୍ଷା କମ୍ ଗୁରୁତର ଅଟେ। ସୁତରାଂ ଚଳନ୍ତା ନିମୋନିଆରେ ଆକ୍ରାନ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି ହେବାକୁ ପଡିନଥାଏ। ବା ‘ୱାକିଂ ନିମୋନିଆ’ ନାମ ଦେଇଛନ୍ତି। ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ଗତ କିଛି ଦିନ ଧରି କ୍ରମାଗତ ଭାବରେ ‘ଗମ୍ଭୀର’ ବର୍ଗରେ ରହି ଆସୁଥିବା ବେଳେ ଏହା ସୁସ୍ଥ ବ୍ୟକ୍ତିବିଶେଷଙ୍କୁ ବି ପ୍ରଭାବିତ କରିଛି। ଖରାପ ବାୟୁମଣ୍ଡଳ ଯୋଗୁ ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଭାବରେ ପ୍ରଭାବିତ ହୋଇଛି। ଏହି ‘ଚଳନ୍ତା ନିମୋନିଆ’ ସାଧାରଣତଃ ମାଇକୋପ୍ଲାଜ୍‌ମା ନିମୋନିଆ ନାମକ ଏକ ସାଧାରଣ ଜୀବାଣୁ ଦ୍ୱାରା ହୋଇଥାଏ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking