ନୂଆଦିଲ୍ଲୀ : ରାଷ୍ଟ୍ରୀୟ ରାଜଧାନୀ ଅଞ୍ଚଳ (ଏନସିଆର) ରେ ନିଜର ଫ୍ଲାଟ ନ ପାଇ ଅସୁବିଧାରେ ପଡିଥିବା ଘର କ୍ରେତାଙ୍କୁ ଏକ ବଡ ଆଶ୍ୱସ୍ତି ଦେଇଛନ୍ତି ସୁପ୍ରିମକୋର୍ଟ । କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ବ୍ୟାଙ୍କ, ଆର୍ôଥକ ପ୍ରତିଷ୍ଠାନ କିମ୍ବା ବିଲଡରମାନେ ମାସିକ କିସ୍ତି (ଇଏମଆଇ)ସମ୍ବନ୍ଧରେ ସେମାନଙ୍କ ବିରୋଧରେ କୌଣସି ବାଧ୍ୟତାମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ନାହିଁ । ତାଙ୍କ ବିରୋଧରେ କୌଣସି ଚେକ ବାଉନ୍ସ ମାମଲା ଦାୟର କରାଯିବ ନାହିଁ । ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଆବେଦନ ଶୁଣାଣି କରିଥିଲେ ଯେଉଁଥିରେ ଅନେକ ଘର କ୍ରେତାଙ୍କ ଆବେଦନ ପ୍ରତ୍ୟାଖ୍ୟାନ କରାଯାଇଥିଲା ।
ରିଅଲ ଇଷ୍ଟେଟ ଡେଭଲପର୍ ସେମାନଙ୍କ ଫ୍ଲାଟର ମାଲିକାନା ନଦେବା ପର୍ଯ୍ୟନ୍ତ ବ୍ୟାଙ୍କ ଏବଂ ଆର୍ôଥକ ପ୍ରତିଷ୍ଠାନଗୁଡିକ ଇଏମଆଇ ଚାର୍ଜ ନକରିବାକୁ ନିର୍ଦ୍ଦେଶ ଦିଆଯାଇଛି । ହାଇକୋର୍ଟ ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରିବା ପରେ ଗୃହ କ୍ରୟକାରୀମାନେ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ । ଏହି ଘଟଣାର ଅନୁସନ୍ଧାନ କରିବାକୁ କୋର୍ଟ ରାଜି ହୋଇଥିଲେ ଏବଂ ସମ୍ପୃକ୍ତ ପକ୍ଷଙ୍କଠାରୁ ଉତ୍ତର ମାଗିଥିଲେ । ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଜଷ୍ଟିସ ଉଜ୍ୱଳ ଭୂୟାଁଙ୍କ ଏକ ବେଞ୍ଚ କେନ୍ଦ୍ର, ବ୍ୟାଙ୍କ ଏବଂ ଅନ୍ୟମାନଙ୍କୁ ମାର୍ଚ୍ଚ ୧୪, ୨୦୨୩ରେ ହାଇକୋର୍ଟଙ୍କ ଆଦେଶ ବିରୋଧରେ ଦାଖଲ ହୋଇଥିବା ଆବେଦନ ଉପରେ ନୋଟିସ ଜାରି କରିଛନ୍ତି ।