26.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେର୍ଶ : ଏକକ ସିଫ୍ଟରେ ନିଟ୍‌-ପିଜି ପରୀକ୍ଷା କର

ଏନ୍‌ଟିଏକୁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେର୍ଶ : ଏକକ ସିଫ୍ଟରେ ନିଟ୍‌-ପିଜି ପରୀକ୍ଷା କର

ନୂଆଦିଲ୍ଲୀ: ଏଣିକି ଗୋଟିଏ ସିଟିଂ ବା ଏକକ ସିଫ୍ଟରେ ହିଁ ଆୟୋଜନ ହେବ ନିଟ୍‌-ପିଜି ପରୀକ୍ଷା। ନିଟ୍‌-ପିଜି ପରୀକ୍ଷାକୁ ନେଇ ଦେଶରେ ଚାଲିଥିବା ବିବାଦ ମଧ୍ୟରେ ଶୁକ୍ରବାର ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ନିଟ୍‌-ପିଜି ପରୀକ୍ଷା ପାଇଁ ଏନ୍‌ଟିଏ (ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି)ର ଦୁଇଟି ସିଫ୍ଟରେ ପରୀକ୍ଷା ଆୟୋଜନଜନିତ କରାଯିବା ନିଷ୍ପତ୍ତି ବିରୋଧରେ ଆଗତ ପିଟିସନ୍‌ଗୁଡ଼ିକ ଉପରେ ଶୁଣାଣି କରିବା ପୂର୍ବକ ସୁପ୍ରିମକୋର୍ଟ ଏହି ରାୟ ଦେଇଛନ୍ତି। ଏଥିସହ ଏନ୍‌ବିଟି ପକ୍ଷରୁ ନିଟ୍‌-ପିଜି ପରୀକ୍ଷାକୁ ଦୁଇଟି ସିଫ୍ଟରେ କରାଯିବାକୁ ଅନୁମତି ଦେବା ପାଇଁ ଉପସ୍ଥାପିତ କରାଯାଇଥିବା ସମସ୍ତ ଯୁକ୍ତି ତଥା ଅନୁରୋଧକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ରାୟରେ ନିଟ୍‌-ପିଜି ପରୀକ୍ଷା ପାଇଁ ୨ଟି ସିଟିଂ ପରୀକ୍ଷା ବ୍ୟବସ୍ଥାକୁ ଭୁଲ୍ ବୋଲି ଦର୍ଶାଇଛନ୍ତି ସୁପ୍ରିମକୋର୍ଟ।

ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିକ୍ରମ ନାଥ, ଜଷ୍ଟିସ୍ ସଞ୍ଜୟ କୁମାର ଏବଂ ଜଷ୍ଟିସ୍ ଏନ୍‌ଭି ଅଞ୍ଜାରିଅଙ୍କ ଅଧ୍ୟକ୍ଷତାରେ ଗଠିତ ୩ଜଣିଆ ଖଣ୍ଡପୀଠ କହିଛନ୍ତି, ଯେକୌଣସି ପରୀକ୍ଷା ପାଇଁର୍ ଛାତ୍ରଛାତ୍ରୀଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ୍‌। କାରଣ ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା କରିବା ସ୍ୱେଚ୍ଛାଚାରିତା ସହିତ ସମାନ ନୁହେଁ ଏବଂ ସମସ୍ତ ପ୍ରାର୍ଥୀଙ୍କ ସ୍ତର ମଧ୍ୟ ସମାନ ନୁହେଁ। କୌଣସି ଦୁଇଟି ପ୍ରଶ୍ନପତ୍ରକୁ କେବେବି ସମାନ ସ୍ତରର କଷ୍ଟକର କିମ୍ବା ସହଜ ବୋଲି କୁହାଯାଇପାରିବ ନାହିଁ। ଏଥିରେ ପରିବର୍ତ୍ତନ ରହିବା ଆବଶ୍ୟକ। ବିଚାରପତି ବିକ୍ରମ ନାଥଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ଜୁନ୍ ୧୫ ତାରିଖରେ ହେବାକୁ ଥିବା ପରୀକ୍ଷା ପାଇଁ ଆବଶ୍ୟକୀୟ ବ୍ୟବସ୍ଥା କରିବାକୁ ଆହୁରି କିଛି ସମୟ ବାକି ଅଛି। ଏବେ ଠାରୁ ନିଟ୍‌-ପିଜି ପରୀକ୍ଷାକୁ ସମ୍ପୂର୍ଣ୍ଣ ପାରଦର୍ଶିତାଜନିତ ସ୍ୱଚ୍ଛ ଭାବେ ଆୟୋଜନ କରିବା ପାଇଁଁ ଏନ୍‌ଟିଏ ପ୍ରସ୍ତୁତି କରିବା ଉଚିତ୍‌। ଏହି ପରିପ୍ରେକ୍ଷୀରେ ଏନ୍‌ଟିଏ ପକ୍ଷରୁ ଗୋଟିଏ ସିଫ୍ଟରେ ପରୀକ୍ଷା କରାଯିବାରେ ରହିଥିବା ସମସ୍ୟାସବୁ ସମ୍ପର୍କରେ ମଧ୍ୟ ଯୁକ୍ତି ରଖାଯାଇଥିଲା।

ଏନ୍‌ଟିଏ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଡଭୋକେଟ୍ କହିଥିଲେ ଅନଲାଇନ୍ ମୋଡ୍‌ରେ ହେବାକୁ ଥିବା ଏହି ପରକ୍ଷା ପାଇଁ ଗୋଟିଏ ସିଫ୍ଟରେ ର୍ହି ସମସ୍ତ ପରୀକ୍ଷାର୍ଥୀଙ୍କୁ ବସିବାର ଆବଶ୍ୟକ ସୁବିଧା ତଥା ଭିତ୍ତିଭୂମିର ଅଭାବ ରହିଛି। ଅନ୍ୟପକ୍ଷେ ଆବେଦନକାରୀଙ୍କ ଓକିଲ କୋର୍ଟରେ ଯୁକ୍ତି ଦେଇଥିଲେ ଯେ ଡବଲ-ସିଫ୍ଟ ପରୀକ୍ଷା “ମେରିଟ୍‌” ଅପେକ୍ଷା “ଭାଗ୍ୟ’କୁ ପ୍ରାଥମିକତା ଦେଇଥାଏ। ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା ସମ୍ବିଧାନର ଧାରା ୧୪ ଅନୁଯାୟୀ ପ୍ରାର୍ଥୀଙ୍କ ଅଧିକାରକୁ ଉଲ୍ଲଂଘନ କରିଥାଏ। ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ଦୁଇଟି ବଦଳରେ ଗୋଟିଏ ସିଫ୍ଟ ବା ଗୋଟିଏ ସିଟିଂରେ ହିଁ ନିଟ୍‌-ପିଜି ପରୀକ୍ଷା କରିବାକୁ ସୁପ୍ରିମକୋର୍ଟ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ ଏବଂ ଏହାନୁସାରେ ପ୍ରସ୍ତୁତି କରିବାକୁ ଏନ୍‌ଟିଏକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରକାଶ, ପୂର୍ବ ନିର୍ଦ୍ଧାରିତ ଜୁନ୍ ୧୫ ତାରିଖରେ ଦେଶବ୍ୟାପୀ ନିଟ୍‌-ପିଜି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବା ବେଳେ ୨ଟି ସିଟିଂରେ ଏହି ପରୀକ୍ଷା କରିବାକୁ ଏନ୍‌ଟିଏ ଯୋଜନା କରୁଥିଲା। କିନ୍ତୁ ଆଶାୟୀଙ୍କ ମଧ୍ୟରୁ କିଛି ସୁପ୍ରିିମକୋର୍ଟଙ୍କ ଦ୍ୱାରସ୍ଥ ହେବା ପରେ ସୁପ୍ରିମକୋର୍ଟ ଏହି ମାମଲାରେ ଶୁଣାଣି କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking