26.1 C
Bhubaneswar
Wednesday, February 4, 2026
Homeଦେଶ ବିଦେଶଅନ୍ଧବିଶ୍ୱାସ: ଭୂତ ଛଡ଼ାଇବାକୁ ଯୁବତୀଙ୍କୁ ଜବରଦସ୍ତି ମଦ, ବିଡ଼ି ପିଆଇଲେ

ଅନ୍ଧବିଶ୍ୱାସ: ଭୂତ ଛଡ଼ାଇବାକୁ ଯୁବତୀଙ୍କୁ ଜବରଦସ୍ତି ମଦ, ବିଡ଼ି ପିଆଇଲେ

କୋଟ୍ଟାୟମ୍‌:ଦେହରେ ଭୂତ ସବାର ହୋଇଛି କହି ତାକୁ ଘଉଡ଼ାଇବା ପାଇଁ ଯୁବତୀଙ୍କୁ ଜୋର୍‌ଜବରଦସ୍ତ ମଦ ଓ ବିଡ଼ି ପିଆଇଛନ୍ତି ଗ୍ରାମବାସୀ। ଏପରି କି କଳାଯାଦୁ ନାମରେ ତାଙ୍କୁ ଅନେକ ଘଣ୍ଟା ଧରି ଶାରୀରିକ ଓ ମାନସିକ ନିର୍ୟାତନା ଦେଇଛନ୍ତି। କେରଳର କୋଟ୍ଟାୟମ ଜିଲାରେ ଘଟିଥିବା ଏହି ଘଟଣା ସମ୍ପର୍କରେ ଶନିବାର ସ୍ଥାନୀୟ ପୋଲିସ ସୂଚନା ଦେଇଛି।

ଗତ ସପ୍ତାହରେ ଯୁବତୀ ଜଣକ ତାଙ୍କ ପୁରୁଷବନ୍ଧୁ ଘରକୁ ଯାଇଥିଲେ। ପୁରୁଷବନ୍ଧୁଙ୍କ ମା’ ଯୁବତୀଙ୍କ ଶରୀରରେ ସମ୍ପର୍କୀୟଙ୍କ ଭୂତ ଚଢ଼ିଥିବା କହି ଜଣେ ଗୁଣିଆଙ୍କୁ ଡାକିଥିଲେ। ଗୁଣିଆ ଯୁବତୀଙ୍କ ଦେହରୁ ଭୂତ ଛଡ଼ାଇବା ପାଇଁ ପୂର୍ବାହ୍ନ ୧୧ଟାରୁ ରାତି ପର୍ୟ୍ୟନ୍ତ ଅନେକ ଘଣ୍ଟା ଧରି ତାଙ୍କୁ ନିର୍ୟାତନା ଦେଇଥିଲେ। ସେ ଯୁବତୀଙ୍କୁ ଜବରଦସ୍ତ ମଦ ଓ ବିଡ଼ି ପିଆଇବା ସହ ପବିତ୍ର ଭସ୍ମ (ପାଉଁଶ) ଖୁଆଇଥିଲେ। ଯୁବତୀଙ୍କ ମାନସିକ ଅବସ୍ଥା ଖରାପ ହେବାରୁ ସେ ସଂଜ୍ଞାହୀନ ହୋଇଯାଇଥିଲେ। ତାଙ୍କ ବାପା ଏନେଇ ଶୁକ୍ରବାର ଥାନାରେ ଏତଲା ଦେଇଛନ୍ତି। ପୋଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି। ଗୁଣିଆ ଶିବ ଦାସ(୫୪), ଯୁବତୀଙ୍କ ପୁରୁଷବନ୍ଧୁ ଅଖିଳ ଦାସ(୨୬) ଓ ତାଙ୍କ ୫୪ ବର୍ଷୀୟ ବାପାଙ୍କୁ ପୋଲିସ ଗିରଫ କରି କୋର୍ଟରେ ହାଜର କରିଛି। ପୁରୁଷବନ୍ଧୁଙ୍କ ମା’ ଫେରାର ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking