33.1 C
Bhubaneswar
Friday, March 13, 2026
Homeଦେଶ ବିଦେଶମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ମହାକାଶରୁ ଦୀପାବଳି ଶୁଭକାମନା ଜଣାଇଲେ ସୁନିତା

ୱାଶିଂଟନ: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସ୍‌ଏସ୍‌)ରୁ ଦୀପାବଳି ଶୁଭେଚ୍ଛା ପଠାଇଛନ୍ତି। ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସୁନୀତା ୱିଲିୟମ୍ସ ଦୀପାବଳି ଅବସରରେ ଆମେରିକା ଏବଂ ବିଶ୍ୱବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ୱିଲିୟମ୍ସ ତାଙ୍କ ବାର୍ତ୍ତାରେ କହିଛନ୍ତି, ହ୍ୱାଇଟ୍ ହାଉସ ଏବଂ ଆଜି ଦିୱାଲୀ ପାଳନ କରୁଥିବା ବିଶ୍ୱର ସମସ୍ତଙ୍କୁ ସେ ଶୁଭେଚ୍ଛା ଜଣାଉଛନ୍ତି। ଚଳିତ ବର୍ଷ ସେ ମଧ୍ୟ ଆଇଏସଏସ୍‌ରେ ଦିୱାଲୀ ପାଳନ କରିବାର ସୁଯୋଗ ପାଇଁ ବେଶ୍ ଖୁସିଥିବା କହିଛନ୍ତି। ପ୍ରବାସୀ ଭାରତୀୟଙ୍କ ସହ ଦୀପାବଳି ପାଳନ କରିଥିବାରୁ ସେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରକାଶ, ଭାରତୀୟ ମୂଳବାସିନ୍ଦା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ମହାକାଶଚାରୀ ବୁଚ ୱିଲମୋର ଜୁନ ମାସରୁ ଆନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)ରେ ଫସିରହିଛନ୍ତି। ଉଭୟ ଜୁନ ୫ରେ ବୋଇଙ୍ଗର ଷ୍ଟାରଲିନର ମହାକାଶଯାନକୁ ନେଇ ଜୁନ୍ ୬ରେ ଅଇଏସଏସ୍‌ରେ ପହଞ୍ଚିଥିଲେ। କିନ୍ତୁ ବୈଷୟିକ ତ୍ରୁଟି କାରଣରୁ, କ୍ର‌୍ୟୁ ବିନା ଷ୍ଟାରଲାଇନରକୁ ପୃଥିବୀକୁ ଫେରାଇବାକୁ ନିଷ୍ପତ୍ତି ନିଆଗଲା। ନାସା ଇତି ମଧ୍ୟରେ ସ୍ପଷ୍ଟ କରିଛି ଯେ, ୱିଲମୋର ଏବଂ ୱିଲିୟମ୍ସଙ୍କୁ ପୃଥିବୀକୁ ଫେରାଇବା ଅତ୍ୟନ୍ତ ବିପଦଜନକ ଅଟେ। ଉଭୟ ଯାତ୍ରୀ ଏକ ସପ୍ତାହ ପାଇଁ ମହାକାଶରେ ରହିବାକୁ ଯାଉଥିଲେ। କିନ୍ତୁ ବର୍ତ୍ତମାନ ସେମାନେ ଆସନ୍ତା ବର୍ଷ ଫେବୃଆରୀରେ ଫେରିବେ ବୋଲି ଆଶା କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking