28.1 C
Bhubaneswar
Saturday, January 17, 2026
Homeଓଡିଶାସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ଦୁଇ ଗୋଷ୍ଠୀର ୬ ଗିରଫ

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା: ଦୁଇ ଗୋଷ୍ଠୀର ୬ ଗିରଫ

ସୁନ୍ଦରଗଡ: ସୁନ୍ଦରଗଡ ଗୋଷ୍ଠୀ ସଂଘର୍ଷ ଘଟଣାର ଉପଦ୍ରବୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଶାନ୍ତି କମିଟି ବୈଠକରେ ସମସ୍ତ ନାଗରିକ ଏକ ସ୍ୱରରେ ଦାବି କରିଥିଲେ । ଆକ୍ସନ ମୁଡରେ ଆସିଛି ପୁଲିସ । ଗତକାଲି ରାତିରୁ ସହରର ବିଭିନ୍ନ ସ୍ଥାନରେ ଟାଉନ ଥାନା ପୋଲିସ ଚଢଉ କରି ଉଭୟ ଗୋଷ୍ଠୀର ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏହା ସହ ଅନ୍ୟ ଫେରାର ଉପଦ୍ରବୀଙ୍କୁ ଧରିବାକୁ ତନାଘନା ଚଲାଛି । ଦୁଇ ଦିନ ତଳେ ଏକ ନିର୍ଦ୍ଦିଷ୍ଟ ଗୋଷ୍ଠୀର ଜଣେ ଲୋକ ଗୋ ମାଂସ ରଖିଥିବା ଅଭିଯୋଗ ପରେ ଦୁଇ ଗୋଷ୍ଠୀ ମଧ୍ୟରେ ପଥର ମାଡ ହୋଇଥିଲା । ଏଥିରେ ପୋଲିସ କର୍ମଚାରୀଙ୍କ ସମେତ ଦୁଇ ଗୋଷ୍ଠୀର ୧୨ରୁ ଅଧିକ ଲୋକ ଆହତ ହୋଇଥିଲେ । ଉପଦ୍ରବୀମାନେ ଦୋକାନ, ଗାଡି ମୋଟର ଭଙ୍ଗାରୁଜା କରିବା ସହ ଏକ ପିକଅପ ଭ୍ୟାନକୁ ଜାଳି ଦେଇଥିଲେ । ଏହା ପରେ ସହରରେ ୧୬୩ ଧାରା ଜାରି କରିଥିଲା ପ୍ରଶାସନ । ସମସ୍ତ ଦୋକାନ ବଜାର, ସ୍କୁଲ କଲେଜ ବନ୍ଦ କରିଥିଲା । ଏହା ସହ ୨୪ ଘଣ୍ଟା ପାଇଁ ସୁନ୍ଦରଗଡ ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରଖାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking