19.1 C
Bhubaneswar
Friday, December 27, 2024
Homeଓଡିଶାଶଙ୍ଖ ଛାଡି ପଦ୍ମ ଧରିଲେ  ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ଶଙ୍ଖ ଛାଡି ପଦ୍ମ ଧରିଲେ  ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ

ବ୍ୟୁରୋ : ବିଜେଡି ଛାଡିଥିବା  ବରୀର ପୂର୍ବତନ ବିଧାୟିକା  ସୁନନ୍ଦା ଦାସ ଆଜି ବିଧିବଦ୍ଧ ଭାବେ ବିଜେପିରେ ଯୋଗ  ଦେଇଛନ୍ତି ।  ବିଜେପି ରାଜ୍ୟ  ସଭାପତି  ମନମୋହନ ସାମଲଙ୍କ  ଉପସ୍ଥିତିରେ  ସୁନନ୍ଦା ଦାସ ତାଙ୍କର  ବହୁ ସମର୍ଥକଙ୍କ ସହ  ରାଜ୍ୟ  କାର୍ଯ୍ୟଳୟରେ  ପଦ୍ମ ଧରିଛନ୍ତି ।  ସୁନନ୍ଦା ଦାସ  ୨୦୧୯ରେ   ବରୀରୁ ବିଜେଡି ପ୍ରାର୍ଥୀ ହୋଇ  ବିଧାୟକ ନିର୍ବାଚିତ ହୋଇଥିଲେ ।  ଗତ ନିର୍ବାଚନରେ  ଦଳ ତାଙ୍କୁ  ଟିକଟ ଦେଇନଥିଲା ।  ସୁନନ୍ଦା  ଦଳ ଛାଡିବା ପରେ  ବିଜେପିରେ ଯୋଗ ଦେବେ ବୋଲି ଚର୍ଚ୍ଚା ହେଉଥିଲା ।   ସୁନନ୍ଦା ଦାସ ବିଜେଡି ଛାଡ଼ିଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ଇସ୍ତଫାପତ୍ର ପଠାଇଥିଲେ। ଏ ସମ୍ପର୍କରେ ସୁନନ୍ଦା କହିଥିଲେ, ସେ ଦଳରେ ଅଲୋଡ଼ା ଥିଲେ। ତାଙ୍କୁ ସବୁବେଳେ ଅଣଦେଖା କରାଯାଉଥିଲା। ଗତ ନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାଗଲା ନାହିଁ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking