34.1 C
Bhubaneswar
Monday, February 23, 2026
Homeଓଡିଶାପଦ୍ମ ଧରିଲେ ସୁନାବେଡା ଚେୟାରମ୍ୟାନ

ପଦ୍ମ ଧରିଲେ ସୁନାବେଡା ଚେୟାରମ୍ୟାନ

ଭୁବନେଶ୍ୱର: ବିଜେପି କାର୍ଯ୍ୟାଳୟରେ ମିଶ୍ରଣ ପର୍ବ । ବିଜେପିରେ ମିଶିଲେ ସୁନାବେଡା ଚେୟାରମ୍ୟାନ । କୋରାପୁଟ ସୁନାବେଡା ମ୍ୟୁନିସିପଆଳଟିର ରାଜେନ୍ଦ୍ର ପାତ୍ର ମିଶିଲେ । ବିଜେଡି ଓ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଲେ ଶତାଧିକ କର୍ମୀ । କାଉନସିଲର, ସରପଞ୍ଚ, ପୂର୍ବତନ ସରପଞ୍ଚ , ସମିତିସଭ୍ୟ ସଭ୍ୟା ପଦ୍ମ ଧରିଲେ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି । ଅନ୍ୟପଟେ  ଦିବଙ୍ଗତ ବିଜେଡି ନେତା ଅନନ୍ତ ଦାସଙ୍କ ପରିବାର ଖୁବ ଶୀଘ୍ର ବିଜେପିରେ ଯୋଗ ଦେବାକୁ ଯାଉଛନ୍ତି ।  ଏନେଇ ତାଙ୍କ ପୁଅ ଅଭିଜିତ ଦାସ ସ୍ପଷ୍ଟ ସଙ୍କେତ ଦେଇଛନ୍ତି  । ବିଜେପିରେ ସାମିଲ ହେବା  ନେଇ  ନିର୍ବାଚନ ସମୟରେ  ନିଷ୍ପତ୍ତି ନେଇପାରିନଥିଲେ, କିନ୍ତୁ ଏବେ ବିଜେପିରେ ମିଶିବାକୁ ପୁରା ପରିବାର ନିଷ୍ପତ୍ତି ନେଇଥିବା ଅଭିଜିତ କହିଛନ୍ତି ।  ପ୍ରାୟ ଦୁଇ ବର୍ଷ ହେଲା  ସେ ବିଜେପି ସହ ସକ୍ରିୟ ଭାବେ କାମ କରୁଥିବା କହିଛନ୍ତି । ଭୋଗରାଇର ଉନ୍ନତି ତାଙ୍କର ପ୍ରଥମ ଲକ୍ଷ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking