29.1 C
Bhubaneswar
Tuesday, February 10, 2026
Homeଓଡିଶାକ୍ରୋମାଇଟ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ସୁକିନ୍ଦା ଖଣି

କ୍ରୋମାଇଟ ମାଫିଆଙ୍କ ଭୁସ୍ୱର୍ଗ ପାଲଟିଛି ସୁକିନ୍ଦା ଖଣି

ଯାଜପୁର : ଯାଜପୁର ଜିଲ୍ଲାର ସୁକିନ୍ଦା ଖଣି ଉପତ୍ୟକା କ୍ରୋମାଇଟ ମାଫିଆ ମାନଙ୍କ ଭୁସ୍ୱର୍ଗ ପାଲଟିଛି l ମାଫିଆ ମାନଙ୍କ ଏକ ରାକେଟ କାର୍ଯ୍ୟ କରୁଛି l ଏହି ରାକେଟ ଖଣି ବିଭାଗ ର କେତକ ଅଧିକାରୀଙ୍କ ଜ୍ଞାତ ସାର ରେ ଚାଲିଛି ବୋଲି ବିଭିନ୍ନ ମହଲ ରେ ଚର୍ଚ୍ଚା ଚାଲିଛି l ଚୋରା କ୍ରୋ ମାଇଟି ବୋଝେଇ ଟ୍ରକ୍ କୁ ପୋଲିସ୍ ବିଭନ୍ନ ସ୍ଥାନ ରେ ଧରୁଛି କିନ୍ତୁ ଖଣି ମାଫିଆ ମାନଙ୍କୁ ଠାବ କରିବାରେ ବିଫଳ ହୋଇଛି l ଖଣି ବିଭାଗ କୁ ପୋଲିସ୍ ଅବଗତ କରୁ ଥିଲେ ମଧ୍ୟ୍ୟ ଖଣି ବିଭାଗ ଓ ଖଣି ଲିଜି ଧlରି ପୋଲିସ୍ କୁ ତଦନ୍ତ ରେ ସାହାର୍ଯ୍ୟ କରୁ ନ ଥିବାର ଏହା ର ରହସ୍ୟ କଣ ଅଛି ତାହା ପ୍ରଶ୍ନ ବାଛି ସୃଷ୍ଟି କରିଛି l ତେବେ ଏହି ଚୋରା କାରା ବାର ରାକେଟ କେଉଁ ମାନେ ସମ୍ପୃକ୍ତ ଅଛନ୍ତି ଏହାର ମାଷ୍ଟର ମାଇଣ୍ଡ କିଏ ତାହା କୁ ନେଇ ପ୍ରଶ୍ନ ଉଠିଛି l ଏବେ କାଳିଆ ପାଣି ପୋଲିସ ଏକ ଚୋରା ବୋଝେଇ କ୍ରୋମଟ୍ରାକ୍ଟର କୁ ସନ୍ଦେହ ଧରି ଥିଲା ତାର ତଦନ୍ତ କରିବା ସମୟ ରେ ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ଏକ ଚୋରା ଖଣି ରେ ମାଫିଆ ଙ୍କ କାରନାମା ଥିପଦା କୁ ଆସିଛି l ଖଣି ବିବାଗ ତତ୍ପର ହୋଇ ଉଠିଛି l

ଜିଲ୍ଲା ପ୍ରଶାନ ଏକ ଏନ୍ ଫୋର୍ସ ମେଣ୍ଟ ସ୍କ୍ୱାର୍ଡ ଗଠନ କରି ଏହା ର ପର୍ଦ୍ଧl ଫାର୍ସ ପ୍ରକାଶ କରିବା ସଙ୍ଗେ ଏହି ଚୋରା କ୍ରୋମlଇଟ ର କାରବାର ର ମାଷ୍ଟର ମାଇଣ୍ଡ କୁ ଧରିବା ପାଇଁ ପ୍ରଚେଷ୍ଟା ଚଳାଇଛି l କାଳିଆପାଣି , ପୋଲିସ ଖଣିଅଞ୍ଚଳ ମୁଖ୍ୟରାସ୍ତା ଟମକା-ମଙ୍ଗଳପୁର ସଡ଼କର ଓଏମ୍‌ସି କ୍ରୋମାଇଟ୍‌ ବ୍ଲକ-୧ ଖଣି ପାଖ ରାସ୍ତାରୁ ଗତ ୧୧ ତାରିଖ ବିଳମ୍ବିତ ରାତି ଏକ କ୍ରୋମାଇଟ୍‌ ବୋଝେଇ ଟ୍ରାକ୍ଟର ଓଡି-୩୪କ୍ୟୁ-୧୮୯୪ ଜବତ କରିଛି। ଇତି ମଧ୍ୟରେ ଏହି ଖଣି ବିଭାଗ ପକ୍ଷରୁ ଜବତ କ୍ରୋମାଇଟ୍‌ ନମୁନା ବିଶ୍ଳେଷଣ କରାଯାଇଛି। ଏସବୁ ଲମ୍ପ୍ସ କ୍ରୋମ୍‌ ପଥର ଉଚ୍ଚମାନ ଭୁକ୍ତ। ଯେଉଁଥିରେ ପାଖାପାଖି ୫୦ ପ୍ରତିଶତ କ୍ରୋମାଇଟ୍‌, ୭ ପ୍ରତିଶତ ସିଲିକା, ୧୦ ପ୍ରତିଶତ ଆଲୁମିନା ଓ ୧୧ ପ୍ରତିଶତ ଆଇରନ ରହିଥିବା ବିଭ‌ାଗୀୟ ସୂଚନା ମିଳିଛି। ଏବେ ଅନ୍ତର୍ଜାତୀୟ ବଜାରରେ ଉଚ୍ଚମାନର କ୍ରୋମାଇଟ୍‌ ଦର ମେଟ୍ରିକ୍‌ ଟନ ପିଛା ୩୮ ହଜାର ଟଙ୍କା ଥିବାରୁ ପୁଲିସ ଦ୍ବାରା ଜବତ ହୋଇଥିବା କ୍ରୋମାଇଟ୍‌ ଦର ୬୦ ହଜାର ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି।

ଉକ୍ତ ପରିତ୍ୟକ୍ତ ଖଣିରେ ବିଭିନ୍ନ ପ୍ରକାର ପଥର ପାହାଡ଼ ପ୍ରମାଣ ପଡ଼ି ରହିଥିବା ସ୍ଥଳେ ମାଫିଆମାନେ ଏଥିରୁ ସହଜରେ ଉଚ୍ଚମାନର କ୍ରୋମାଇଟ୍‌ ବାଛି ପାରୁଛନ୍ତି। ଉକ୍ତ ଖଣିର ଉତ୍ତର ପାର୍ଶ୍ବରେ ଥିବା ପାଖାପାଖି ୫୦ ମିଟର ଉଚ୍ଚତା ବିଶିଷ୍ଟ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିର କମନ ବାଉଣ୍ଡରିରେ ଏହି ଲମ୍ପ୍ସ କ୍ରୋମ୍‌ଓର ପଡ଼ି ରହିଥିବା ଦେଖାଯାଉଛି। ମାଫିଆମାନଙ୍କ ଦ୍ବାରା ନିୟୋଜିତ ଶ୍ରମିକ ଏହି ଡମ୍ପ୍ ଉପରକୁ ଚଢ଼ି କ୍ରୋମାଇଟ୍‌ ସଂଗ୍ରହ କରୁଥିବା ନେଇ ଖଣି ବିଭାଗ ତଦନ୍ତରୁ ଜଣାପଡ଼ିଛି। ଗତ ୧୪ ତାରିଖରେ ଯାଜପୁରରୋଡ଼ ଖଣି ଉପ ନିର୍ଦ୍ଦେଶକ ଇନ୍ଦ୍ରମଣି ରାଉତ, କନିଷ୍ଠ ଖଣି ଅଧିକାରୀ ଆଶିଷ କୁମାର ସାହୁ, ପୁନମ୍‌ ବେହେରା ଓ କାହ୍ନୁ ଚରଣ ଦେହୁରୀ ଉକ୍ତ କମନ ବାଉଣ୍ଡରି ଡମ୍ପ୍ ପାଖକୁ ଯାଇ କ୍ରୋମ୍‌ ଉତ୍ସ ଅନୁଧ୍ୟାନ କରିଥିଲେ। ସେହିପରି ମାଟିତଳେ ଥିବା କ୍ରୋମାଇଟ୍‌ ଠାବ କରିବାରେ ମାହିର ଥିବା ମାଫିଆମାନଙ୍କ ଦକ୍ଷତାକୁ ନେଇ ଖଣି ବିଭାଗ ଆଚମ୍ବିତ ହୋଇଥିଲେ। ଗୋଟିଏ ପଟେ ଘରୋଇ କ୍ରୋମ୍‌ ଭିତ୍ତିକ କାରଖାନାରେ କଞ୍ଚାମାଲର ଅହେତୁକ ଅଭାବ ଓ ଅନ୍ୟପଟେ ବିଶ୍ବ ବଜାରରେ କ୍ରୋମାଇଟ୍‌ର ଚଢ଼ାଦର ମାଫିଆମାନଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ନିର୍ଦ୍ଦିଷ୍ଟ କିଛି ଖଣି ମାଫିଆ ଙ୍କ ରାକେଟ ଦ୍ବାରା ଚୋରା କ୍ରୋମାଇଟ୍‌ ଅନାୟାସରେ ବିକ୍ରି ହୋଇପାରୁଥିବା ଜଣାପଡ଼ିଛି।

ଅନ୍ୟପକ୍ଷରେ ମୂଲ୍ୟବାନ ଖଣିଜ ଲୁଟ୍‌ ଘଟଣାରେ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ ଦୂରେ ଥାଉ ପୁଲିସ ଏଯାବତ୍ ଚିହ୍ନଟ କରିପାରିନଥିବା ଜଣାପଡ଼ିଛି। ସେହିପରି ଅତୀତରେ ବହୁ ବର୍ଷ ମଧ୍ୟରେ ଏହି ଖଣିରୁ ବିଭିନ୍ନ ସମୟରେ କ୍ରୋମାଇଟ୍‌ ଚୋରି ଅଭିଯୋଗରେ ୧୬ ଜଣ ଅଭିଯୁକ୍ତ ପୁଲିସ ଧରି ଥିଲେ ତେବେ ତଦନ୍ତର ଅଗ୍ରଗତି ରେ ଶୀତଳତା ଯୋଗୁ କ୍ରୋମାଇଟ୍‌ ସ୍ମଗ୍ଲିଂରେ ସଂପୃକ୍ତ ମାଷ୍ଟରମାଇଣ୍ଡ ଓ କିଙ୍ଗପିନ କୁ ପୋଲିସ ଧରି ପାରି ନ ଥିଲା l ମୂଲ୍ୟବାନ ଖଣିଜ ଚୋରି ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ଖଣି ବିଭାଗ ନେତୃତ୍ବରେ ପୁଲିସ, ବନ ବିଭାଗ ଓ ରାଜସ୍ବ ବିଭାଗକୁ ନେଇ ଗଠିତ ମାଇନିଂ ଏନଫୋର୍ସମେଣ୍ଟ୍‌ ସ୍କ୍ବାଡ୍‌ ଗତ ୩୦ ବର୍ଷ ଧରି ମାଫିଆଙ୍କ ପାଖ ମାଡ଼ି ପାରୁନଥିବା ସାଧାରଣରେ ଅଭିଯୋଗ ହୋଇଆସିଛି। ସବୁଠାରେ ଖଣିଜ ଲୁଟ୍‌ ମାମଲାରେ ନୀରିହ ଶ୍ରମିକ ମାନଙ୍କୁ ଗିରଫ କରି ବିଭାଗୀୟ କର୍ତ୍ତୃପକ୍ଷ ବାଃବାଃ ନେଉଥିବା କୁହାଯାଉଛି। ରାଜ୍ୟ ସରକାର ଏହାର ତଦନ୍ତ କରି ବାକୁ ଦାବି ହୋଇଛି

ରିପୋର୍ଟ- ଅଭିମନ୍ୟୁ ମିଶ୍ର

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking