14.1 C
Bhubaneswar
Tuesday, January 13, 2026
Homeଦେଶ ବିଦେଶଆଜିଠୁ ଗୁରୁଦ୍ୱାରରେ ବାସନ ଏବଂ ଜୋତା ସଫା କରିବେ ସୁଖବୀର

ଆଜିଠୁ ଗୁରୁଦ୍ୱାରରେ ବାସନ ଏବଂ ଜୋତା ସଫା କରିବେ ସୁଖବୀର

ନୂଆଦିଲ୍ଲୀ : ପଞ୍ଜାବର ପୂର୍ବତ୍ତନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲଙ୍କ ଆଜିଠୁ ଆରମ୍ଭ ହେଲା ସଜ୍ଜା । ସ୍ୱର୍ଣ୍ଣ ମନ୍ଦିର ସମ୍ମୁଖରେ ବେକରେ ପଟି ପକାଇ ସେବା ଯୋଗାଉଛନ୍ତି । ବାସନ ଏବଂ ଜୋତା ସଫା କରିବେ ସୁଖବୀର । ଧାର୍ମିକ ଅପିବିତ୍ରୀକରଣ ମାମଲାରେ  ଏହି ଦଣ୍ଡ ମିଳିଛି । ଅନ୍ୟ ଦୋଷୀମାନଙ୍କୁ ଶୌଚାଳୟ ସଫା କରିବାକୁ ଦଣ୍ଡ ମିଳିଛି । ପଞ୍ଜାବରେ ଶିରୋମଣି ଅକାଳୀଦଳ ସରକାରରେ ଥିବା ସମୟରେ ଡେରା ମୁଖ୍ୟ ଗୁରମିତ ରାମ ରହିମଙ୍କୁ କ୍ଷମା ଦେବାରେ ତତକାଳୀନ ଉପମୁଖ୍ୟମନ୍ତ୍ରୀ ସୁଖବୀର ସିଂ ବାଦଲ ଏକ ବଡ ଭୁମିକା ଗ୍ରହଣ କରିଥିଲେ । ଶିଖ ସମାଜର ସୁପ୍ରିମୋ ଅଦାଲତ ଶିଖ ଅକାଳ ତତସାହିବ ସୋମବାର ସୁଖବୀର ବାଦଲଙ୍କ ସମେତ ୧୭ ଜଣଙ୍କୁ ଧାର୍ମିକ ଦଣ୍ଡ ଶୁଣାଇଥିଲେ ।  ଅକାଳୀ ସରକାରର କ୍ୟାବିନେଟ ସଦସ୍ୟ  ଏଥିରେ ସାମିଲ ଅଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking