18.1 C
Bhubaneswar
Friday, February 13, 2026
Homeଓଡିଶାବିଜେଡିରୁ ବିଦା ହେଲେ ସୁଜିତ

ବିଜେଡିରୁ ବିଦା ହେଲେ ସୁଜିତ

ଭୁବନେଶ୍ୱର : ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ରାଜ୍ୟସଭାରୁ ଇସ୍ତଫା ଦେଉ ଦେଉ ବିଜୁ ଜନତା ଦଳ ତାଙ୍କୁ ଦଳରୁ ବହିଷ୍କାର କରିଛି । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ତାଙ୍କୁ ବିଜେଡିରୁ ବହିଷ୍କୃ୍ତ କରିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ବହିଷ୍କାର କରାଯାଇଥିବା ବିଜେଡି ପକ୍ଷରୁ ଜାରି ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି । ତେବେ ୨୦୨୬ରେ ସୁଜିତ କୁମାରଙ୍କ କାର୍ଯ୍ୟକାଳ ଶେଷ ହୋଇଥାଆନ୍ତା । କାର୍ଯ୍ୟକାଳ ଶେଷ ହେବାର ୨ ବର୍ଷ ପୂର୍ବରୁ ସେ ଇସ୍ତଫା ଦେଇଛନ୍ତି । ସୁଜିତ କୁମାର ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ନିଜର ଇସ୍ତଫାପତ୍ର ପଠାଇଛନ୍ତି । ଏହା ପୂର୍ବରୁ ମମତା ମହାନ୍ତ ଇସ୍ତଫା ଦେଇଥିଲେ । ପରେ ସେ ବିଜେପିରେ ମିଶିଥିଲେ । ବିଜେପିରେ ମିଶିବା ପରେ ମମତା ପୁଣି ରାଜ୍ୟସଭା ଯାଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking