22.1 C
Bhubaneswar
Tuesday, December 3, 2024
Homeଓଡିଶାରାଜଧାନୀର ବଢୁଛି ଯୁବ ପିଢିଙ୍କ ଆତ୍ମହତ୍ୟା

ରାଜଧାନୀର ବଢୁଛି ଯୁବ ପିଢିଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀର ବଢୁଛି ଯୁବ ପିଢିଙ୍କ ଆତ୍ମହତ୍ୟା । ଏହାର କାରଣ ଅନେକ ଥାଇପାରେ । କିନ୍ତୁ ପ୍ରେମରେ ଧୋକା ପାଇବା ଏବଂ ପାରାବାରି ଅଶାନ୍ତି ଯୋଗୁଁ ଅନେକ ନିରୀହ ଜୀବନ ବଳି ପଡୁଛି । ରାଜଧାନୀରେ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ କ୍ଷେତ୍ରରେ ଏହା ଅଧିକ ଦେଖା ଦେଉଛି । କିଏ ଫ୍ୟାନରେ ଝୁଲି ଆତ୍ମହତ୍ୟା କରୁଛି ତ ଆଉ କିଏ ବିଷ ଖାଇ ନଚେତ ରେଳଧାରଣାରେ ଡେଇଁ ଆତ୍ମହତ୍ୟା କରୁଥନ୍ତି । ସେହିପରି ଚଳିତ ବର୍ଷରୁ ଏପର୍ଯ୍ୟନ୍ତ ୨୫୩ ଜଣ ଖାସ୍ ପ୍ରେମ ଲାଗି ଆତ୍ମହତ୍ୟା କରିଥିବାର ପୋଲିସ ରେକର୍ଡରୁ ମିଳିଛି ।

ଟ୍ରେନ ଲାଇନ୍ ବା ବିଷ ପିଇ ଆତ୍ମହତ୍ୟା କରିବା ଅପେକ୍ଷା ରଶି ଲଗାଇ ଆତ୍ମହତ୍ୟା କରିବା ସଂଖ୍ୟା ବହୁତ ଅଧିକ ରହିଛି । ପୋଲିସ ରେକର୍ଡ ହିସାବରେ ଜାନୁଆରୀ ୨୦୨୪ ଠାରୁ ଜୁଲାଇ ମାସ ୨୬ ତାରିଖ ସୁଦ୍ଧା ୨୫୩ ଜଣ ଆତ୍ମହତ୍ୟା କରି ସାରିଛନ୍ତି । ସୂଚନା ଅନୁଯାୟୀ, ଗତ ୨ ବର୍ଷ ଧରି ଖଣ୍ଡଗିରି ଥାନା ଅଞ୍ଚଳରେ ସର୍ବାଧିକ ବ୍ୟକ୍ତି ଆତ୍ମହତ୍ୟା କରୁଛନ୍ତି । ୨୦୨୩ ରେ ଖଣ୍ଡଗିରି ଥାନା ଅଞ୍ଚଳରେ ୭୯ ଜଣ ଆତ୍ମହତ୍ୟା କରିଥିବା ବେଳେ ୨୦୨୪ ଜୁଲାଇ ୨୬ ପର‌୍ୟ୍ୟନ୍ତ ୩୯ ଜଣ ଆତ୍ମହତ୍ୟା କଲେଣି । କ୍ୟାପିଟାଲ ଥାନା ଅଞ୍ଚଳରେ ୯ ଜଣ ଆତ୍ମହତ୍ୟା କରିଥିବା ବେଳେ ଖାରବେଳନଗର ଥାନା ଅଞ୍ଚଳରେ ୧୧ ଜଣ ଆତ୍ମହତ୍ୟା କରିଛନ୍ତି । ମଞ୍ଚେଶ୍ୱର ଥାନା ଅଞ୍ଚଳରେ ୩୬ ଜଣ ଆତ୍ମହତ୍ୟା କରିଥିବା ବେଳେ ସହିଦନଗରରେ କେହି ଆତ୍ମହତ୍ୟା କରିନାହାନ୍ତି ।

ମୈତ୍ରୀବିହାରରେ ୯ଜଣ, ଚନ୍ଦକା ୬, ନନ୍ଦନକାନନ ଜଣେ, ଇନ୍‌ଫୋସିଟି ଥାନା ଅଞ୍ଚଳରେ ୧୯ ଜଣ ଏବଂ ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳରେ ୪ ଜଣ ଆତ୍ମହତ୍ୟା କଲେଣି । ୨୦୨୩ରେ ରାଜଧାନୀରେ ୪୨୭ ଜଣ ଆତ୍ମହତ୍ୟା କରିଥିବା ବେଳେ ଏଥିରେ ପୁଅଙ୍କ ସଂଖ୍ୟା ରହିଛି ୨୩୬ ଧଉଳି ଥାନା ଅଞ୍ଚଳରେ ୩ ଜଣ ରହିଥିବା ବେଳେ ଲିଙ୍ଗରାଜ ଥାନା ଅଞ୍ଚଳରେ ୧୦ ଜଣ ଆତ୍ମହତ୍ୟା କରିଛନ୍ତି । ଏୟାରଫିଲ୍ଡ ଥାନା ଅଞ୍ଚଳରେ ୬ଜଣ ରହିଥିବା ବେଳେ ଏୟାରପୋର୍ଟ ଅଞ୍ଚଳରେ ୫ଜଣ ଆତ୍ମହତ୍ୟା କରିଛନ୍ତି । ଜଟଣୀ ଥାନା ଅଞ୍ଚଳରେ ୭ ଜଣ ଆତ୍ମହତ୍ୟା କରିଥିବା ବେଳେ ତମାଣ୍ଡେରେ ୪ଜଣ । ଭରତପୁର ଥାନ ଅଞ୍ଚଳରେ ୩୧ ଜଣ, ଇନ୍‌ଫୋଭ୍ୟାଲି ୪ଜଣ ଆତ୍ମହତ୍ୟା କରିଛନ୍ତି । ବଡ଼ଗଡ଼ରେ ୭ ଜଣ, ଲକ୍ଷ୍ମୀସାଗର ଅଞ୍ଚଳରେ ୯ ଜଣ, ବାଲିଅନ୍ତାରେ ୭ ଜଣ, ବାଲିପାଟଣା ୨ ଜଣ, ପାହାଳରେ ୭ ଜଣ, ନୂଆପଲ୍ଲୀରେ ୧୬ ଜଣ ଆତ୍ମହତ୍ୟା କଲେଣି । । ସେହିଭଳି ୨୦୨୪ ଜୁଲାଇ ୨୬ ସୁଧା ୨୫୩ ଜଣ କରିଥିବା ଆତ୍ମହତ୍ୟା ମଧ୍ୟରେ ୧୮୦ ଜଣ ପୁରୁଷ ଆତ୍ମହତ୍ୟା କଲେଣି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking