21.1 C
Bhubaneswar
Wednesday, February 4, 2026
Homeଓଡିଶାଆତ୍ମାହୁତୀ ଉଦ୍ୟମ: ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀଙ୍କ ଭାଇ

ଆତ୍ମାହୁତୀ ଉଦ୍ୟମ: ସଙ୍ଗୀନ ଅଭିଯୋଗ ଆଣିଲେ ଛାତ୍ରୀଙ୍କ ଭାଇ

ବାଲେଶ୍ୱର: ବାଲେଶ୍ୱର ଏଫଏମ ଘଟଣାରେ ଅଧ୍ୟାପକଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ଆତ୍ମାହୁତୀ ଉଦ୍ୟମ କରିଥିବା ଛାତ୍ରୀଙ୍କ ଭାଇ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଫେବର ମାଗୁଥିଲେ ନହେଲେ ଫେଲ କରିଦେବେ କହୁଥିଲେ । ପାସଆଉଟ କରି ଦିଆଯିବନି କହି ନିଯ୍ୟାତନା ଦେଉଥିଲେ କହିଲେ ସହପାଠୀ । ଏକ ଛାତ୍ର ସଂଗଠନ ସହ ଥିବାରୁ ବି ହଇରାଣ କରାଯାଉଥିଲା କହିଲେ । ବାଲେଶ୍ଵର ଫକୀରମୋହନ କଲେଜ ପରିସରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ । କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି ପୀଡିତା ଛାତ୍ରୀ ।ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ଘଟଣାକୁ ଚାପି ଦେବାକୁ ଉଦ୍ୟମ ହେଉଥିବା ଅନୁଭବ କରିବା ପରେ ପୀଡିତା ଚରମ ପଦକ୍ଷେପ ନେଇଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking