ଗଜପତି : ଗଜପତି ଜିଲ୍ଲା ଉଦୟଗିରି ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା । ଜଣେ ଯୁବକ ବିଷ ପିଇବା ସହ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ହେଲେ ଆର ଉଦୟଗିରି ଥାନା ଅନ୍ତର୍ଗତ ଶିଆଳିଲଟି ଗ୍ରାମପଞ୍ଚାୟତର ମାଛଧରା ଗାଁର ତଉତିଆ ବିଷୋୟୀଙ୍କ ପୁଅ ପୁପୁନ ବିଷୋୟୀ । ତାଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ମିଳିଥିବା ସୂଚନା ମୁତାବକ, ମାଛଧରା ଗାଁର ପୁପୁନ ବିଷୋୟୀ ଗତକାଲି ରାତିରେ ବିଷ ପିଇବା ସହ ନିଜ ଗଳା କାଟି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପରିବାର ଲୋକ ଦେଖିବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଚନ୍ଦ୍ରଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି । ସେଠାରେ ତାଙ୍କର ଚିକିତ୍ସା ଚାଲିଛି । ପାରିବାରିକ କଳହ ଯୋଗୁଁ ମାନସିକ ଭାରସାମ୍ୟ ହରାଇ ନିଜେ ବିଷ ପିଇବା ସହ ନିଜ ବେକକୁ ଏକ ଧାରୁଆ ଅସ୍ତ୍ରରେ ଦ୍ଵାରା କାଟି ଦେଇଥିବା ପରିବାର ଲୋକେ କହିଛନ୍ତି ।










