34.1 C
Bhubaneswar
Thursday, April 2, 2026
Homeଓଡିଶାହଠାତ୍ ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ

ହଠାତ୍ ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ

କଟକ : ହଠାତ୍ ଚଳନ୍ତା ଟ୍ରକ୍‌ରେ ଲାଗିଲା ନିଆଁ । କଟକ ଜିଲ୍ଲା ଅଡ଼ଶପୁର-ନିଆଳି ରାସ୍ତାର ଅମଣାକୁଦ ଛକରେ ଘଟିଛି ଏଭଳି ଅଭାବନୀୟ ଘଟଣା। ଏହି ଟ୍ରାକରେ ଡାଲି ଥିଲା । ନିଆଁ ଲାଗିଯିବ ଫଳରେ ପୋଡ଼ି ପାଉଶଁ ହୋଇଗଲା ୩୦ ଟନ୍‌ ଡାଲି। ‌ସୌଭାଗ୍ୟ ବଶଃତ ଟ୍ରକ୍‌ ଡ୍ରାଇଭରର କିଛି ହୋଇନାହିଁ। ଆଜି ଭୋର ୪ଟା ସମୟରେ ଟ୍ରକ୍‌ଟି ରାୟପୁରରୁ ଡାଲି ବୋଝେଇ କରି କୋଣାର୍କ ଅଭିମୁଖେ ଯାଉଥିଲା। ଅମଣାକୁଦ ଛକରେ ଟ୍ରକରେ ନିଆଁ ଲାଗିଯାଇଥିବା ଡ୍ରାଇଭର ହଠାତ୍ ଜାଣି ପାରିଥିଲେ। ସଙ୍ଗେସଙ୍ଗେ ଦମକଳ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ପହଞ୍ଚିଲା ବେଳକୁ ଟ୍ରକ୍‌ଟି ରାସ୍ତା ଉପରେ ହୁତୁହୁତୁ ହୋଇ ଜଳୁଥିଲା। ସେଥିରେ ଥିବା ଡାଲି ମଧ୍ୟ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। କିଛି ଘଣ୍ଟାର ପରିଶ୍ରମ ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ତେବେ ଟ୍ରକ୍‌ରେ କେଉଁ କାରଣ ପାଇଁ ନିଆଁ ଲାଗିଲା ତାହା ଜଣାପଡ଼ିନାହିଁ। ସର୍ଟସର୍କିଟରୁ ଟ୍ରକରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking