38.4 C
Bhubaneswar
Saturday, April 11, 2026
Homeଓଡିଶାସମ୍ ଶିଶୁ ବିଭାଗରେ ଜଟିଳ ରୋଗର ସଫଳ ଚିକିତ୍ସା ; ୨ବର୍ଷ ଶିଶୁ କନ୍ୟାର ଶ୍ୱାସନଳୀରୁ...

ସମ୍ ଶିଶୁ ବିଭାଗରେ ଜଟିଳ ରୋଗର ସଫଳ ଚିକିତ୍ସା ; ୨ବର୍ଷ ଶିଶୁ କନ୍ୟାର ଶ୍ୱାସନଳୀରୁ ବାହାର କରାଗଲା ଟ୍ୟୁମର

ଭୁବନେଶ୍ୱର, ୧୨/୦୮ : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍‌ଏସ୍ ଆଣ୍ଡ ସମ୍‌ ହସ୍ପିଟାଲରେ ଏକ ଜଟିଳ ସଫଳ ଅତ୍ସୋପଚାର ମାଧ୍ୟମରେ ଏକ ୨ ବର୍ଷର ଶିଶୁ କନ୍ୟାର ଶ୍ୱାସ ନଳୀରେ ଥିବା ଟ୍ୟୁମର ବାହାର କରାଯାଇଛି। କଳାହାଣ୍ଡି ଜିଲ୍ଲାର ବାବି ଭୋଇଙ୍କର ୨ ବର୍ଷର ଶିଶୁ କନ୍ୟା ହୋଲିକା ଭୋଇ ପୀଡିତ ହୋଇ ହସ୍ପିଟାଲକୁ ଆସିଥିଲେ। ଦୀର୍ଘ ୩ ମାସ ଧରି ଶିଶୁ କନ୍ୟାଟି ଶ୍ୱାସ, କାଶ ଓ କଫ ଜନିତ ରୋଗରେ ପୀଡିତ ହୋଇଥିବାରୁ ନିଃଶ୍ୱାସ ପ୍ରଶ୍ୱାସ ନେବାକୁ କଷ୍ଟ ଅନୁଭବ କରୁଥିଲା। ବିଭିନ୍ନ ହସ୍ପିଟାଲ ବୁଲି ମଧ୍ୟ କୌଣସି ପ୍ରକାର ସୁଫଳ ନ ମିଳିବା ଯୋଗୁଁ ଝିଅଟିର ପିତା ନିରାଶ ହୋଇପଡିଥିଲେ। ଜୁଲାଇ ମାସ ୧୮ ତାରିଖରେ ଗୁରୁତର ଅବସ୍ଥାରେ ଆଇଏମ୍ ଆଣ୍ଡ ସମ୍ ହସ୍ପିଟାଲର ଶିଶୁ ବିଭାଗ (ପି.ଆଇ.ସି.ୟୁ) ରେ ହୋଲିକାକୁ ଭର୍ତି କରାଯାଇଥିଲା। ଶିଶୁଟିର ବିଭିନ୍ନ ପରୀକ୍ଷା ନିରୀକ୍ଷା, ସିଟି ସ୍କାନ ଓ ଫାଇବର ଅପଟିକ୍ ବ୍ରୋଙ୍କୋସ୍କୋପି ମାଧ୍ୟମରେ ୨ଙ୍ଘ୨ ସେ.ମି.ର ଏକ ଟ୍ୟୁମର ଶ୍ୱାସନଳୀ ମଧ୍ୟରେ ରହିଥିବାର
ଜଣାପଡିଥିଲା। ପି.ଆଇ.ସି.ୟୁ ର ମୁଖ୍ୟ ଡାକ୍ତର ଦେବସ୍ମିତା ରଥଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏକ ସାତ ଜଣିଆ ବିଶେଷଜ୍ଞ ଟିମ୍ ଏହି ଶିଶୁଟିର ଅତ୍ସୋପଚାର କରିଥେôଲ। କର୍ଣ୍ଣ, ନାସା ଓ ଗଳା ବିଭାଗର ଡାକ୍ତର ଆଲୋକ ଦାସ ଏବଂ ତାଙ୍କ ଟିମ୍ ଶିଶୁଟିର ଜୋଡୁଲାର ଫାସାଇଟିସ୍‌ ଟ୍ୟୁମରଟିକୁ ସଫଳତାର ସହିତ ଅତ୍ସୋପଚାର କରି ବାହାର କରିଥିଲେ। ଶିଶୁଟିକୁ ପ୍ରାଥମିକ ପଦ୍ଧତିରେ ପି.ଆଇ.ସି.ୟୁର ଭେଂଟିଲେଟରରେ ରଖାଯାଇଥିଲା। ସେ ଏବେ ସଂପୂର୍ଣ୍ଣ ସୁସ୍ଥ ଓ ସ୍ୱାଭାବିକ ଭାବେ ଜୀବନ ଯାପନ କରୁଛି। ଶିଶୁଟିର ସଫଳ ଚିକିତ୍ସା ପ୍ରଦାନ କରିବାରେ ଶିଶୁ ବିଭାଗର ମୁଖ୍ୟ ଡାକ୍ତର ମମତାଦେବୀ ମହାନ୍ତି, ପି.ଆଇ.ସି.ୟୁ ର ମୁଖ୍ୟ ଡାକ୍ତର ଦେବସ୍ମିତା ରଥ, ଡାକ୍ତର ଦିଲିପ ଦାସ, ଡାକ୍ତର ଆଲୋକ ଦାସ, ଡାକ୍ତର ସତ୍ୟବ୍ରତ ଆଚାର୍ଯ୍ୟ, ଡାକ୍ତର ମନୋସ୍ୱିନୀ ମଲ୍ଲିକ, ଡାକ୍ତର ସାଗର ପରିଡା, ଡାକ୍ତର ଅପର୍ଣ୍ଣା ଆରାଧନା, ଡାକ୍ତର ସୁମନ ସୁଧା ମହାରଣା, ଡାକ୍ତର ସ୍ମିତା ଶତପଥୀ, ଡାକ୍ତର ଶ୍ରୁତି ପ୍ରଧାନ ପ୍ରମୁଖ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking