35.1 C
Bhubaneswar
Wednesday, April 1, 2026
Homeଓଡିଶାଟାଟା ମେଡିକା ହସ୍ପିଟାଲରେ ସଫଳ ଟୋଟାଲ ଲାପ୍ରୋସ୍କୋପିକ୍ ହିଷ୍ଟେରେକ୍ଟୋମି (ଟିଏଲଏଚ୍‌) ଅସ୍ତ୍ରୋପଚାର

ଟାଟା ମେଡିକା ହସ୍ପିଟାଲରେ ସଫଳ ଟୋଟାଲ ଲାପ୍ରୋସ୍କୋପିକ୍ ହିଷ୍ଟେରେକ୍ଟୋମି (ଟିଏଲଏଚ୍‌) ଅସ୍ତ୍ରୋପଚାର

ଯାଜପୁର : ଯାଜପୁର ଜିଲ୍ଲା ର କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲ ଗର୍ଭାଶୟ ଫାଇବ୍ରୋଏଡ୍ ଓ ଏଡେନୋମାୟୋସିସ୍ ରେ ପୀଡ଼ିତ ଦୁଇ ଜଣ ମହିଳାରୋଗୀଙ୍କ ସଫଳ ଅସ୍ତ୍ରୋପଚାର କରାଯାଇଛି। ପ୍ରସୂତି ଓ ସ୍ତ୍ରୀ ରୋଗ ବିଭାଗର ଆସୋସିଏଟ୍ କନସଲଟାଣ୍ଟ ଡାକ୍ତର ବିବେକାନନ୍ଦ ରଥ ଏବଂ ତାଙ୍କ ଟିମ ଏହି ଅସ୍ତ୍ରୋପଚାର କରିଛନ୍ତି।

ଯାଜପୁର, ଜିଲ୍ଲା ର ଶଙ୍ଖଚିଲାର ଜଣେ ୪୧ ବର୍ଷୀୟା ମହିଳା ୩ ମାସ ହେଲା ତଳି ପେଟରେ ଯନ୍ତ୍ରଣା ଅନୁଭବ କରୁଥିଲେ। ଟାଟା ମେଡିକା ହସ୍ପିଟାଲ ଡାକ୍ତରଙ୍କ ସହ ପରାମର୍ଶ ନେବା ପରେ ସେ ରକ୍ତ ପରୀକ୍ଷା ଏବଂ ଅଲଟ୍ରାସାଉଣ୍ଡ କରିଥିଲେ ଫଳରେ ତାଙ୍କର ଗର୍ଭାଶୟ ଫାଇବ୍ରୋଏଡ୍ ଥିବା ଜଣାପଡ଼ିଥିଲା।

ସେହିପରି ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗରର ଅନ୍ୟ ଜଣେ ୪୦ ବର୍ଷୀୟା ମହିଳା ଏକ ବର୍ଷରୁ ଅଧିକ ସମୟ ଧରି ତଳି ପେଟରେ ପ୍ରବଳ ଯନ୍ତ୍ରଣା ଓ ରକ୍ତସ୍ରାବ ସମସ୍ୟା ସହ ସଂଘର୍ଷ କରୁଥିଲେ। ଡାକ୍ତରୀ ମାଇନା ପରେ ତାଙ୍କୁ ଆଡେନୋମାୟୋସିସ୍ ହୋଇଥିବା ଜଣାପଡ଼ିଥିଲା।

ଉଭୟ ରୋଗୀଙ୍କୁ ଟାଟା ମେଡିକା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସାଧାରଣ ନିଶ୍ଚେତକ ବିଭାଗ ଅଧୀନରେ ଟୋଟାଲ ଲାପ୍ରୋସ୍କୋପିକ୍ ହିଷ୍ଟେରେକ୍ଟୋମି (ଟିଏଲଏଚ୍‌) କରାଯାଇଥିଲା। ଟୋଟାଲ ଲାପ୍ରୋସ୍କୋପିକ୍ ହିଷ୍ଟେରେକ୍ଟୋମି (ଟିଏଲଏଚ୍‌) ମହିଳାଙ୍କ ଗର୍ଭାଶୟ ବାହାର କରିବା ପାଇଁ ଏକ ଅସ୍ତ୍ରୋପଚାର ପ୍ରକ୍ରିୟା ଅଟେ ଏହି ପ୍ରକ୍ରିୟା ମାଧ୍ୟମରେ ରୋଗୀ ଶରୀରରେ କ୍ଷୁଦ୍ର କ୍ଷତ ମାଧ୍ୟମରେ ଗର୍ଭାଶୟ ଏବଂ ସର୍ଭିକ୍ସକୁ ବାହାର କରାଯାଇଥାଏ। ଟାଟା ମେଡିକାର ହସ୍ପିଟାଲ ଡାକ୍ତର ବି ରଥ ଓ ତାଙ୍କ ଟିମ୍ ସଫଳତାର ସହିତ ଏହି ଅସ୍ତ୍ରୋପଚାର କରିଥିଲେ।

ଉଭୟରୋଗୀ ଅସ୍ତ୍ରୋପଚାର ପରବର୍ତ୍ତୀ ଜଟିଳତାରୁ ମୁକ୍ତ ହୋଇ ସମ୍ପୂର୍ଣ ସୁସ୍ଥ ହେବାପରେ ଡାକ୍ତରଖାନାରୁ ଡିସଚାର୍ଜ ହୋଇଥିଲେ। ଏହି ସଫଳ ଅସ୍ତ୍ରୋପଚାର କଳିଙ୍ଗନଗର ସ୍ଥିତ ଟାଟା ମେଡିକା ହସ୍ପିଟାଲର ଦକ୍ଷ ଡାକ୍ତର ଏବଂ ଉନ୍ନତ ଚିକିତ୍ସା ସୁବିଧାକୁ ଦର୍ଶାଉଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking