26.1 C
Bhubaneswar
Thursday, September 19, 2024
Homeଓଡିଶାଭିଏଲ୍‌-ଏସ୍‌ଆରସାମ୍‌ର ସଫଳ ପରୀକ୍ଷଣ

ଭିଏଲ୍‌-ଏସ୍‌ଆରସାମ୍‌ର ସଫଳ ପରୀକ୍ଷଣ

ବାଲେଶ୍ବର : ପ୍ରତିରକ୍ଷା ଗବେଷଣା ବିକାଶ ସଂସ୍ଥାନ(ଡିଆର୍‌ଡିଓ) ଓ  ଭାରତୀୟ ନୌସେନା ପକ୍ଷରୁଗୁରୁବାର ଅପରାହ୍ନ ୩ଟା ୧୯ ମିନିଟ୍‌ ସମୟରେ ଚାନ୍ଦିପୁରସ୍ଥିତ ଆଇଟିଆର ଲଞ୍ଚ୍‌ କମ୍ପ୍ଲେକ୍ସ-୩ରୁ ଏକ ସ୍ବଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର(ଭିଏଲ୍‌-ଏସ୍‌ଆରସାମ)ର ସଫଳ ପରୀକ୍ଷଣ ହୋଇଯାଇଛି। ଏହି କ୍ଷେପଣାସ୍ତ୍ରକୁ ଏକ ମୋବାଇଲ ଲଞ୍ଚର୍‌ରୁ ପରୀକ୍ଷା କରାଯାଇଛି। ପରୀକ୍ଷଣ ସମୟରେ ବିଭିନ୍ନ ରାଡାର ଓ ଆଇଟିଆର୍‌ର ଟେଲିମେଟ୍ରିରୁ ମିଳିଥିବା ତଥ୍ୟକୁ ସମୀକ୍ଷା ପରେ ଡିଆର୍‌ଡିଓର ବୈଜ୍ଞାନିକମାନେ ଏହି ପରୀକ୍ଷା ସଫଳ ହୋଇଥିବା କହିଛନ୍ତି। ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାରରେ ଏହି ସ୍ୱଳ୍ପ-ଦୂରଗାମୀ କ୍ଷେପଣାସ୍ତ୍ର ବିକଶିତ କରାଯାଇଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking