ଭୁବନେଶ୍ୱର: ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପ୍ରଳୟ-୬ର ସଫଳ ଉତକ୍ଷେପଣ ହୋଇଛି । ଅବଦୁଲ କଲାମ ଆଇଲାଣ୍ଡରୁ ସକାଳ ୯.୩୫ ମିନିଟରେ ଉତକ୍ଷେପଣ ହେଇଛି । ଡିଆରଡିଓ ଦ୍ୱାରା ବିକଶିତ ଏହାର ଲକ୍ଷ୍ୟଭେଦ କ୍ଷମତା ୧୫୦- ୫୦୦ କିମି ରହିଛି । ଅତ୍ୟାଧୁନିକ ନାଭିଗେସନ ସିଷ୍ଟମ ସହ ଭୁପୃଷ୍ଠରୁ ଭୁପୃଷ୍ଠକୁ ଟାର୍ଗେଟ କରିଥାଏ । ଏହି ଉତ୍କ୍ଷେପଣକୁ ପ୍ରମୁଖ ପ୍ରତିରକ୍ଷା ଅଧିକାରୀ ଏବଂ ବୈଜ୍ଞାନିକମାନେ ପର୍ଯ୍ୟବେକ୍ଷଣ ଏବଂ ସମନ୍ୱୟ କରିଥିଲେ, ଯାହା ଭାରତର ଆତ୍ମନିର୍ଭରଶୀଳ ରଣନୈତିକ ପ୍ରତିରକ୍ଷା ଭିତ୍ତିଭୂମି ଆଡ଼କୁ ଯାତ୍ରାରେ ଆଉ ଏକ ମାଇଲଖୁଣ୍ଟ ଭାବରେ ଚିହ୍ନିତ କରିଥିଲା।










