24.1 C
Bhubaneswar
Sunday, April 5, 2026
Homeଓଡିଶାକୋରେଇ ବ୍ଲକରେ ଗଡିଲା ସୁଭଦ୍ରା ସଚେତନତା ରଥ

କୋରେଇ ବ୍ଲକରେ ଗଡିଲା ସୁଭଦ୍ରା ସଚେତନତା ରଥ

ଯାଜପୁର : ମହିଳାଙ୍କ କଲ୍ୟାଣ ନିମନ୍ତେ ରାଜ୍ୟ ସରକାରଙ୍କ ବହୁ ଆକାଂକ୍ଷିତ ଯୋଜନା ସୁଭଦ୍ରାର ଫର୍ମ ବଣ୍ଟନ ଓ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଯୋଜନା ସମ୍ପର୍କିତ ଲୋକଙ୍କ ଭିତରେ ରହିଯାଇଥିବା ଭ୍ରମ ଓ ଭ୍ରାନ୍ତ ଧାରଣାକୁ ଦୂର କରି ହିତାଧିକାରୀଙ୍କୁ ସଠିକ ତଥ୍ୟ ପ୍ରଦାନ ଓ ସଚେତନ କରିବା ଲକ୍ଷ୍ୟରେ କୋରେଇ ବ୍ଲକ ରେ ସୁଭଦ୍ରା ସଚେତନତା ରଥର ଆଜି ଶୁଭାରମ୍ଭ ହୋଇଚି l କୋରେଇ ବ୍ଲକ୍ କାର୍ଯ୍ୟାଳୟସୁଭଦ୍ରା ରଥ କୂ ବ୍ଲକ୍ର ର ଅଧ୍ୟକ୍ଷl ଜୟନ୍ତୀ ତରାଇ ବି ଡି ଓ ଆଶୋକ କୁମାର ମାଝୀ ଧୂପ ଦୀପ ରେ ପୂଜା ଅର୍ଚ୍ଚନା ଜରି ପତାକା ଦେଖାଇ ଉଦୁ ଘାଟନ କରି ଥିଲେ l ଏହି ସୁଭଦ୍ରା ସଚେତନତା ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଏହି ରଥ ବ୍ଲକ ର 28ଟି ପଂଚାୟତ ର ବିଭନ୍ନ ଗ୍ରାମ ପରିକ୍ରମା କାରା ଯିବ l ମହିଳା ମାନଙ୍କର ଆର୍ଥିକ ସହାୟତା ସହ ସ୍ବାବଲମ୍ବୀ ଓ ଆତ୍ମ ନିର୍ଭର କରିବା ଦିଗରେ ରାଜ୍ୟ ସରକାରଙ୍କର ଏହା ଏକ ଅଭିନବ ଯୋଜନା ବୋଲି ବି ଡି ଓ ଶ୍ରୀ ମାଝୀ ଓ ବ୍ଲକ୍ ଅଧ୍ୟକ୍ଷା ଶ୍ରୀମତୀ ତରେଇ ଓ ବ୍ଲକ୍ ର ଭାଇସି ଚେୟାର ମାନ ପ୍ରଫୁଲ୍ଲ ଦାସ ମତବ୍ୟକ୍ତ କରିଥିଲେ। ଏହି ଅବସରରେ କୋରେଇ ବ୍ଲକ୍ ଶିଶୁ ବିକାସ ପ୍ରକଳ୍ପ ଅଧିକାରୀ ଶକୁନ୍ତଳା ନୟକ,ଭାଇସ ଚେୟାର ମାନ ପ୍ରଫୁଲ୍ଲ ଦାସ ବହୁ ସରପଞ୍ଚ ସମିତି ସଭ୍ୟ ସଭ୍ୟା ଅଙ୍ଗୱାଡ଼ି କର୍ମୀ ସ୍ଵୟଂ ସହାୟକ ଗୋଷ୍ଟି ଓ ଜନ ସାଧାରଣ ଯୋଗ ଦେଇ ଥିଲେ l ସୁଭଦ୍ରା ଯୋଜନା ମହିଳା ମାନଙ୍କୁ ରୋଜଗାରକ୍ଷମ କରି ଆତ୍ମନିର୍ଭରଶୀଳ କରିବ ବୋଲି କହିଥିଲେ। ଏହି ରଥ ଘରେ ଘରେ ସୁଭଦ୍ରା ଯୋଜନା ପହଞ୍ଚାଇବା ପାଇଁ ଉପସ୍ଥିତ ଜନସାଧାରଣଙ୍କୁ ବାର୍ତ୍ତା ଦେଇଥିଲେ। ଏହି ରଥ ଚଳିତ ମାସ ୧୬ ତାରିଖ ପର୍ଯ୍ୟନ୍ତ ବ୍ଲକ୍ ସମସ୍ତ 28 ଟି ପଂଚାୟତ ଓ ବ୍ୟାସନଗର ମୁନିସି ପାଲଟି ର 26 ୱlର୍ଡରେ ପରିକ୍ରମା କରି ସୁଭଦ୍ରା ଯୋଜନା ର ଆଭିମୁଖ୍ୟ ସଂପର୍କ ରେ ଜନ ସଚେତନା ସୃଷ୍ଟି କରିବ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking