26.1 C
Bhubaneswar
Thursday, September 19, 2024
Homeଓଡିଶାଯାଜପୁର ଜିଲ୍ଲାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ

ଯାଜପୁର ଜିଲ୍ଲାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା ଅନୁଷ୍ଠିତ

ଯାଜପୁର : ମିଶନଶକ୍ତି ଭବନ ଠାରେ ସୁଭଦ୍ରା ସ୍ୱାଗତ ପଦଯାତ୍ରା କୁ ଯାଜପୁର ସାଂସଦ ଡା. ରବୀନ୍ଦ୍ର ନାରାୟଣ ବେହେରା ପତାକା ଦେଖାଇ ଶୁଭ ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ, ଅତିରିକ୍ତ ଜିଲ୍ଲାପାଳ ନବକୃଷ୍ଣ ଜେନା, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଅଶୋକ କୁମାର ବେହୁରିଆ, ଉପଜିଲ୍ଲାପାଳ ଅଂଶୁମାନ ଶତପଥି, ତହସିଲଦାର, ଯାଜପୁର, ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ସଚେତନତା ପଦଯାତ୍ରା ମିଶନଶକ୍ତି ଭବନ ରୁ ବାହାରି ମେଡିକାଲ ଓ ଗାନ୍ଧୀ ଛକ ଦେଇ ଗୌତମ ବୁଦ୍ଧ ସଂସ୍କୃତି ଭବନ ପର୍ଯ୍ୟନ୍ତ ପରିକ୍ରମା କରିଥିଲା। ପରେ ସଂସ୍କୃତି ଭବନ ପରିସରରେ ଆୟୋଜିତ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସାଂସଦ ଡା. ବେହେରା କହିଲେ ସୁଭଦ୍ରା ଯୋଜନା ବର୍ତ୍ତମାନ ସାରା ଭାରତବର୍ଷରେ ଏକ ଚର୍ଚ୍ଚା ର ବିଷୟ। ଭାରତର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଯୁବଶକ୍ତି, ମାତୃଶକ୍ତି, ଅନ୍ନଦାତା କୃଷକ, ଓ ଗରୀବର ବିକାଶ ପ୍ରତି ଅଧିକ ଗୁରୁତ୍ୱ ଦେଉଛନ୍ତି। ରାଷ୍ଟ୍ର ବିକଶିତ ହେବାପାଇଁ ପଚାଶ ଶତକଡା ମାତୃଶକ୍ତି ର ବିକାଶ ଦରକାର। ମହିଳା ମାନଙ୍କର ହାତଖର୍ଚ ପାଇଁ ଏହି ରାଶି ସହାୟକ ହୋଇ ପାରିବ। ସୁଭଦ୍ରା ଯୋଜନାରେ ମହିଳା ସ୍ୱାବଲମ୍ବୀ ହୋଇ ପାରିବେ। ଓଡିଶା ର ବିକାଶ ସହିତ ଯାଜପୁର ର ବିକାଶ ପାଇଁ ସେ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଜିଲ୍ଲାପାଳ ପି ଅନ୍ଵେଷା ରେଡ୍ଡୀ ଅଧ୍ୟକ୍ଷତା କରି କହିଲେ ରାଜ୍ୟ ସରକାରଙ୍କ ନୂଆ ଯୋଜନା ସୁଭଦ୍ରା ଯୋଜନା ଭାରତର ପ୍ରଧନମନ୍ତ୍ରୀ ଙ୍କ ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ଏହି ଯୋଜନା 17 ତାରିଖ ରେ ଉଦଘାଟନ ହେବାକୁ ଯାଉଛି। ଆମ ଜିଲ୍ଲାରେ ଯୋଗ୍ୟ ମହିଳା ହିତାଧିକାରୀ ମାନେ ଜନସେବାକେନ୍ଦ୍ର ଓ ମୋସେବାକେନ୍ଦ୍ରରେ ଛିଡା ହୋଇ ଆଗ୍ରହର ସହ ନିଜ ନାମ ପଞ୍ଜିକରଣ କରୁଛନ୍ତି। ଏହି ଯୋଜନାରେ ବର୍ଷକୁ ଦୁଇଟି କିସ୍ତିରେ ପାଞ୍ଚ ହଜ଼ାର ଲେଖା ଦଶହଜାର ଓ ପାଞ୍ଚ ବର୍ଷରେ ପଚାଶ ହଜାର ଟଙ୍କା ଆର୍ଥିକ ସହାୟତା ପାଇବେ। ଏହି ଯୋଜନାରେ ନାରୀ ସଶକ୍ତିକରଣ ବହୁତ ଆଗକୁ ଯିବ। ରେଜିଷ୍ଟ୍ରସନ ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ। ଯଦି କୌଣସି କେନ୍ଦ୍ରରେ ଏଥିପାଇଁ ଟଙ୍କା ଦାବି କରନ୍ତି ତାହା ପ୍ରଶାସନ ଦୃଷ୍ଟିକୁ ଆଣିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି କାର୍ଯ୍ୟକ୍ରମ ରେ ମହିଳା ହିତାଧିକାରୀ ମାନେ ସୁଭଦ୍ରା ଯୋଜନା କିଭଳି ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ ସେ ସମ୍ପର୍କରେ ନିଜ ନିଜର ମତ ରଖିଥିଲେ। ଶେଷରେ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଶ୍ରୀ ବେହୁରିଆ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ପଦଯାତ୍ରାରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଅଙ୍ଗନବାଡି କର୍ମୀ, ଆଶାକର୍ମୀ ବିଭାଗୀୟ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧି ମାନେ ଅଂଶ ଗ୍ରହଣ କରିଥିଲେ। ଅତିଥି ଓ ମହିଳା ମାନେ ସୁଭଦ୍ରା ଯୋଜନା ଦସ୍ତଖତ ଅଭିଯାନରେ ସାମିଲ ହୋଇଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking