24.1 C
Bhubaneswar
Tuesday, February 10, 2026
Homeଓଡିଶାସୁଭଦ୍ରା ଶକ୍ତି ମେଳା ୨୦୨୫ - ମହାଶିବରାତ୍ରୀ ସନ୍ଧ୍ୟାରେ ଭବ୍ୟ ଉତ୍ସବ

ସୁଭଦ୍ରା ଶକ୍ତି ମେଳା ୨୦୨୫ – ମହାଶିବରାତ୍ରୀ ସନ୍ଧ୍ୟାରେ ଭବ୍ୟ ଉତ୍ସବ

ଭୁବନେଶ୍ୱର : ଜନତା ମଇଦାନ ଠାରେ ଅନୁଷ୍ଠିତ ସୁଭଦ୍ରା ଶକ୍ତି ମେଳା ୨୦୨୫ ଦର୍ଶକଙ୍କ ପାଇଁ ଏକ ଆକର୍ଷଣର କେନ୍ଦ୍ର ହୋଇଥିବା ବେଳେ ହଜାର ହଜାର ପରିଦର୍ଶକ ବିଭିନ୍ନ ପ୍ରକାରର ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଉତ୍ପାଦ ଏବଂ ହସ୍ତଶିଳ୍ପ ପ୍ରଦର୍ଶନୀକୁ ପରିଦର୍ଶନ କରିଛନ୍ତି। ଫୁଡ୍ କୋର୍ଟ ଏକ ପ୍ରମୁଖ ଜନସମାଗମ କେନ୍ଦ୍ର ହୋଇ ରହିଛି, ଯେଉଁଠାରେ ମିଲେଟ୍ ଆଧାରିତ ବ୍ୟଞ୍ଜନ, ଜୈବିକ ଉତ୍ପାଦ, ଏବଂ ପାରମ୍ପରିକ ଓଡ଼ିଆ ଖାଦ୍ୟର ଚାହିଦା ଅଧିକ ରହିଛି। ମହା ଶିବରାତ୍ରି ସନ୍ଧ୍ୟାରେ ଆୟୋଜିତ ସାଂସ୍କୃତିକ ସନ୍ଧ୍ୟା ଏକ ନୂତନ ଉଚ୍ଚତାରେ ପହଞ୍ଚିଥିଲା। ଦର୍ଶକମାନେ କଣ୍ଠଶିଳ୍ପୀ ବର୍ଣାଳୀ ହୋତାଙ୍କ ଚମତ୍କାର ପ୍ରଦର୍ଶନରେ ବିମୋହିତ ହୋଇଥିଲେ । ଏହି ଭବ୍ୟତାକୁ ଆହୁରି ବୃଦ୍ଧି କରିଥିଲା ଗୁରୁ ଗଙ୍ଗାଧର ଗୋଟିପୁଅ ଗୁରୁକୁଳ ଦ୍ୱାରା ପରିବେଷିତ ମନମୋହକ ଗୋଟିପୁଅ ନୃତ୍ୟ ଯାହା ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ମେଳାର ପଞ୍ଚମ ଦିନରେ ଭୂତପୂର୍ବ କେନ୍ଦ୍ରୀୟ ଜନଜାତି ବ୍ୟାପାର ଏବଂ ଜଳଶକ୍ତି କେନ୍ଦ୍ରମନ୍ତ୍ରୀ ଶ୍ରୀ ବିଶ୍ୱେଶ୍ୱର ଟୁଡୁ ମେଳା ଭ୍ରମଣ କରିବା ସହ ସେଠାରେ ଏସଏଚଜି ସଦସ୍ୟାଙ୍କ ସହ କଥାବାର୍ତ୍ତା କରି ସେମାନଙ୍କ ଉଦ୍ୟମୀ ମନୋଭାବକୁ ପ୍ରଶଂସା କରିଥିଲେ। ଏହି ପରିଦର୍ଶନ ଓଡିଶାର ସ୍ଥାନୀୟ ଶିଳ୍ପୀ ଏବଂ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗକୁ ସମର୍ଥନ ଦେବାରେ ସରକାରଙ୍କ ପ୍ରତିବଦ୍ଧତାକୁ ଦର୍ଶାଇଥଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking