27.1 C
Bhubaneswar
Tuesday, January 13, 2026
Homeଓଡିଶା୧୮ ସୁଦ୍ଧା ସୁଭଦ୍ରା ଟଙ୍କା

୧୮ ସୁଦ୍ଧା ସୁଭଦ୍ରା ଟଙ୍କା

ଭୁବନେଶ୍ୱର: ଆସନ୍ତା ୧୮ ତାରିଖ ସୁଦ୍ଧା ମିଳିବ ସୁଭଦ୍ରା ଟଙ୍କା । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ୪ ଲକ୍ଷ ୫୭ ହଜାର ୬୮୧ ଜଣ ମହିଳାଙ୍କୁ ମିଳିବ ଟଙ୍କା । ପ୍ରଥମ କିସ୍ତି ପାଇବେ ନୂଆ ୧ ଲକ୍ଷ ୭୮ ହଜାର ୩୯୮ ମହିଳା । ପ୍ରଥମ ଓ ଦ୍ୱିତୀୟ କିସ୍ତିରୁ ବାଦ୍ ପଡିଥିବା ୨ ଲକ୍ଷ ୫୫ ହଜାର ୨୬୫ ବି ପାଇବେ ସୁଭଦ୍ରା ଟଙ୍କା । ବାଦ୍ ପଡିଥିବା ମହିଳା ଏକାଥରକେ ୨ଟି କିସ୍ତି ପାଇବେ । ଅଭିଯୋଗ ଶୁଣାଣିରେ ୨୪ ହଜାର ୧୮ ଜଣ ହିତାଧିକାରୀ ସାମିଲ ହୋଇଛନ୍ତି । ୨୫୦ କୋଟି ଟଙ୍କାର ସହାୟତା ରାଶି ଖାତାକୁ ଯିବ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking