27.1 C
Bhubaneswar
Saturday, December 6, 2025
Homeଓଡିଶାସୁବର୍ଣ୍ଣପୁର ପର୍ଯ୍ୟଟନର ହବ୍‌ ହେବ

ସୁବର୍ଣ୍ଣପୁର ପର୍ଯ୍ୟଟନର ହବ୍‌ ହେବ

ଉଲୁଣ୍ଡା: ସୁବର୍ଣ୍ଣପୁରଜିଲ୍ଲା ପର୍ଯ୍ୟଟନର ହବ୍‌ ହେବ। ଜିଲ୍ଲାରେ ଅନେକଗୁଡ଼ିଏ ଐତିହାସିକ ପର୍ଯ୍ୟଟନସ୍ଥଳୀ ‌ରହିଛି। ମନ୍ଦିର ମାଳିନୀ ସୋନପୁର, ମା’ ମେଟାକାନୀ, ପାତାଳି ଶ୍ରୀକ୍ଷେତ୍ର ଭଳି ସ୍ଥାନଗୁଡ଼ିକରେ ରାଜ୍ୟ ସରକାର ବିକାଶ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ସ୍ଥାନଗୁଡ଼ିକ ସହିତ ଏହାର ଆଖପାଖରେ ଥିବା ପର୍ଯ୍ୟଟନସ୍ଥଳଗୁଡ଼ିକର ଭିତ୍ତିଭୂମି ବିକାଶ କରାଯିବ। ଏହା ଦ୍ବାରା ସୁବର୍ଣ୍ଣପୁର ଏକ ପର୍ଯ୍ୟଟନର ହବ୍‌ ହୋଇପାରିବ। ପାତାଳି ଶ୍ରୀକ୍ଷେତ୍ର ଗସ୍ତ ଅବସରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆଜି ଗଣମାଧ୍ୟମକୁ ଏହା କହିଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା ଆଜି ପାତାଳି ଶ୍ରୀକ୍ଷେତ୍ର ଦର୍ଶନ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ପାତାଳି ଶ୍ରୀକ୍ଷେତ୍ରକୁ କିପରି ଉନ୍ନତି କରି ପର୍ଯ୍ୟଟନର ହବ କରି ହେବ ସେନେଇ ଏକ ବୈଠକରେ ଆଲୋଚନା ମଧ୍ୟ କରିଥିଲେl ଉପମୁଖ୍ୟମନ୍ତ୍ରୀଙ୍କ ଗସ୍ତ ଅବସରରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା, ଜିଲ୍ଲପାଳ ନୃପରାଜ ସାହୁ ଯୋଗ ଦେଇଥିଲେ।

ଏହି ଅବସରରେ ଟ୍ରଷ୍ଟ ପକ୍ଷରୁ ଉପମୁଖ୍ୟମନ୍ତ୍ରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏଥିରେ କୁହାଯାଇଛି ଯେ, ମହାପ୍ରଭୁଙ୍କ ଭବ୍ୟ ମନ୍ଦିରକୁ ଶାସ୍ତ୍ରୀୟ ବିଧି ଅନୁଯାୟୀ ଶ୍ରୀମନ୍ଦିର ପୁରୀ ଭଳି ଗର୍ଭଗୃହ, ଜଗମୋହନ ଓ ନାଟ ମଣ୍ଡପ ନିର୍ମାଣ କରାଯାଉ। ଅଧିକ ଅର୍ଥ ବରାଦ କରି ମୁଖ୍ୟ ମନ୍ଦିର ପାର୍ଶ୍ୱ ମନ୍ଦିର ନିର୍ମାଣ ଏକା ସାଙ୍ଗରେ ସମାପ୍ତ କରାଯାଉl ଘୋଷ ଯାତ୍ରା ଭକ୍ତମାନଙ୍କର ସମାଗମକୁ ଦୃଷ୍ଟିରେ ରଖି ବଡ଼ଦାଣ୍ଡ ପ୍ରଶସ୍ତ, ବୟସ୍କଙ୍କ ପାଇଁ ରୋପୱ, ବାଇ ପାସ୍‌ ରାସ୍ତାକୁ ପିଚୁ ନିର୍ମାଣ, ଖୁଦ୍ର ଜଳସେଚନ ମେଣ୍ଡଳୀମୁଣ୍ଡାକୁ ନୌକା ବିହାର କରାଯାଉ। ସେହିପରି ମନ୍ଦିର ଠାରୁ ଗୁମ୍ଫା ପର୍ଯ୍ୟନ୍ତ ବିଶ୍ରାମ ସ୍ଥଳୀ, ପାନୀୟ ଜଳ ବ୍ୟବସ୍ଥା, ମିସନ ଶକ୍ତି କାଫେ, ୱାଚ ଟାୱାର ନିର୍ମାଣ, ୩୨ ବେଶ ସମ୍ବଳିତ ସଂଗ୍ରାହଲୟ, ଡାକ୍ତରଖାନା ଠାରୁ ପାତାଳିକୁ ରାସ୍ତା ନିର୍ମାଣ, ଘାଟିରାସ୍ତାରେ ଆଲୋକୀକରଣ, ବାରମ୍ବାର ହେଉଥିବା ଚୋରି ରୋକିବା ପାଇଁ ପୁଲିସ ଫାଣ୍ଡି ପ୍ରତିଷ୍ଠା, ପର୍ଯ୍ୟଟନକୁ ସଦୃଢ଼ ପାଇଁ ଚନ୍ଦ୍ରମଣି ପୀଠ ବାଘପାଲି, ମା ଉମାଦେଇ ପୀଠ କାଦୋଦର, ଖୁଣ୍ଟଳାଦରହ ଗୁପ୍ତେଶ୍ୱର ମନ୍ଦିର, ନlଗଡେଇଁ ହରିହର ଜୋର ଡ୍ୟାମ୍‌, ମେଟକାନି, ପାପକ୍ଷୟ, ଭୀମ ଭୋଇ ସମାଧି ପୀଠର ବିକାଶ ଦାବି କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking