17.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶଭିଜିଲାନ୍ସ ଜାଲରେ ସବ୍ ଇନ୍ସପେକ୍ଟର

ଭିଜିଲାନ୍ସ ଜାଲରେ ସବ୍ ଇନ୍ସପେକ୍ଟର

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ନୟାଗଡ଼ର ଶରଣକୂଳ ଥାନା ସବ୍ ଇନ୍ସପେକ୍ଟର ରାଜେଶ ଶ୍ରୀଚନ୍ଦନ। କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଥିଲା ଭିଜିଲାନ୍ସ। କଲ୍ୟାଣପୁରର ମୋନାଲିସା ଦାସଙ୍କ ଠାରୁ ନେଉଥିଲେ ଲାଞ୍ଚ। ସୂଚନା ଅନୁଯାୟୀ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ। ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ। ଏମିତିକି ଟଙ୍କା ନ ଦେଲେ ଏଫଆଇଆର ରଖିବେନି ବୋଲି ମଧ୍ୟ କହିଥିଲେ। ତେବେ ଶେଷରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଆଉ ଭିଜିଲାନ୍ସ ଏସଆଇଙ୍କୁ କେସ୍ ଡାଏରୀ ଦେବାପାଇଁ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି। ସେପଟେ ଭିଜିଲାନ୍ସ ଟିମ୍ ଗଠନ କରି ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରିଥିଲା। ପରେ, ଭୁବନେଶ୍ୱରରେ ତାଙ୍କ ବାସଭବନ ଏବଂ ଅଫିସ ରୁମରେ ଏକକାଳୀନ ତଲାସ କରାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking