31.1 C
Bhubaneswar
Thursday, February 19, 2026
Homeଓଡିଶାରାଜ୍ୟରେ ବଢିପାରେ ସବ୍ ଡିଭିଜନ୍‌

ରାଜ୍ୟରେ ବଢିପାରେ ସବ୍ ଡିଭିଜନ୍‌

ଭୁବନେଶ୍ୱର: ନୂଆଁ ଜିଲ୍ଲା ଗଠନ ପାଇଁ ପ୍ରସ୍ତାବ ମାଗିଲେ ସରକାର । ବର୍ଷ ୨୦୨୬-୨୭ରେ ନୂଆ ଜିଲ୍ଲା ଗଠନ ପାଇଁ ଏହି ପ୍ରସ୍ତାବ । ରାଜ୍ୟ ସରକାରଙ୍କ ତରଫରୁ ପ୍ରସ୍ତାବ ମଗାଯାଇଛି । ପ୍ରସ୍ତାବ ଆସିଲେ ବିଚାର କରାଯିବ । ଏନେଇ ଗୃହରେ ରାଜସ୍ୱ ମନ୍ତ୍ରୀ ଲିଖିତ ଉତ୍ତର ରଖିଛନ୍ତି । ଖାଲି ଏତିକି ନୁହେଁ ୩୧ଟି ନୂଆ ଜିଲ୍ଲା ଗଠନ ପାଇଁ ଦାବି ପତ୍ର ସରକାରଙ୍କର ହସ୍ତଗତ ହୋଇଛି । ଉପଯୁକ୍ତ ସମୟରେ ସରକାର ବିଚାର କରିବେ ବଲି ମଧ୍ୟ ରାଜସ୍ୱ ମନ୍ତ୍ରୀ କହିଛନ୍ତି । କେବଳ ଏତିକି ନୁହେଁ ରାଜ୍ୟରେ ସବଡିଭିଜନ ସଂଖ୍ୟା ବି ବଢିପାରେ ନୂଆ ୬୬ଟି ସବଡିଭିଜନ ପାଇଁ ସରକାରଙ୍କୁ ପ୍ରସ୍ତାବ ଆସିଛି । ନୂଆ ପ୍ରସ୍ତାବ ଗୁଡିକୁ ସରକାର ବିଚାର କରିଛନ୍ତି । ବରଗଡ, ଗଂଜାମ, କୋରାପୁଟ ଏହି ୩ଟି ଜିଲ୍ଲା ରୁ ନୂଆ ସବଡିଭିଜନ ଗଠନର ପ୍ରସ୍ତାବ ରାଜ୍ୟ ସରକାରଙ୍କର ହସ୍ତଗତ ହୋଇଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଉତ୍ତର ମଧ୍ୟ ଗୃହରେ ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking