16.1 C
Bhubaneswar
Thursday, February 5, 2026
Homeଓଡିଶାପାଇଖାନା ଘରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ପାଇଖାନା ଘରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଯାଜପୁର: ଯାଜପୁର ଜିଲ୍ଲାର କୋରେଇ ଥାନା ଅର୍ନ୍ତଗତ ରଗଡି ଠାରେ ଥିବା ଯାଜପୁର ସରକାରୀ ପଲିଟେକନିକ ର ଛାତ୍ର ଛାତ୍ରୀ ଆତ୍ମ ହତ୍ୟା ବୃଦ୍ଧି ପାଉଛି ଏହା କାରଣ ସ୍ପଟ ଚିତ୍ର ଲୋକ ଲୋଚନ କୁ ଆସି ପାରୁ ନାହଁ ଆତ୍ମ ହତ୍ୟା କାହିଁକି ହେଉଛି ତାର ତଦନ୍ତ କାଗଜ ପତ୍ର ରେ ସୀମିତ ରହୁଛି lଏବେ ଏକ ପାଇଖାନା ଘରୁ ଝୁଲନ୍ତା ଅବସ୍ଥାରେ ପୋଲିସ ଜଣେ ଛାତ୍ର ଙ୍କ ମୃତ ଦେହ ଉଦ୍ଧାର କରିଛି |ଛାତ୍ର ଜଣକ ବେକରେ ଗାମୁଛା ବାନ୍ଧି ଝୁଲି ପଡ଼ିଥିବା ଦେଖିବାକୁ ମିଳିଥିଲା |ମୃତ ଛାତ୍ର କେନ୍ଦୁଝର ଜିଲ୍ଲା କେଶଦୁରାପାଳ ଗ୍ରାମର ଅଶୋକ କୁମାର ଆଚାର୍ଯ୍ୟ ଙ୍କ ପୁଅ ଶୁଭଙ୍କର ଆଚାର୍ଯ୍ୟ (୧୮)|ସେ ମେଟାର୍ଲୋଜି ବିଭାଗ ର ପ୍ରଥମ ବର୍ଷର ଛାତ୍ର ଥିଲେ|ରବିବାର ଥିବାରୁ ଅଧିକାଂଶ ଛାତ୍ର ବାହାରକୁ ଚାଲି ଯାଇଥିଲେ | ଛାତ୍ର ମାନେ କଲେଜ କୁ ଫେରିବା ପରେ ମଧ୍ୟାହ୍ନ ସାଢେ ଗୋଟାଏ ବେଳେ ପାଇଖାନା ଘର କବାଟ ଭିତରୁ ବନ୍ଦ ଥିବା ଜାଣି ସନ୍ଧେହ ହେବାରୁ କର୍ମଚାରୀ ଙ୍କୁ ଏ ନେଇ ଖବର ଦେଇଥିଲେ |କର୍ମଚାରୀ ଓ ଛାତ୍ର ମିଶି କବାଟ କୁ ଭାଙ୍ଗିବା ପରେ ଛାତ୍ର ଙ୍କୁ ଝୁଲନ୍ତା ଅବସ୍ଥା ରେ ଦେଖିବାକୁ ପାଇଥିଲେ |ଘଟଣା ଶନିବାର ରାତିରେ ହୋଇଥିବା ଅନୁମାନ କରାଯାଇଛି |ରବିବାର ଛୁଟି ଥିବାରୁ କଲେଜ ଅଧ୍ୟକ୍ଷ ଓ ଅନ୍ୟ ଅଧିକାରୀ ଅନୁପସ୍ଥିତ ଥିଲେ | କର୍ମଚାରୀ ଏନେଇ ଅଧ୍ୟକ୍ଷ ଙ୍କୁ ଅବଗତ କରିଥିଲେ |ପରେ କୋରେଇ ପୋଲିସ କୁ ଖବର ଦିଆଯାଇଥିଲା |ଥାନା ଅଧିକାରୀ ରାକେଶ ତ୍ରିପାଠୀ ଘଟଣା ସ୍ଥଳରେ ପହଂଚିଥିଲେ |ବ୍ୟାସନଗର ଅତିରିକ୍ତ ତହସିଲଦାର ପ୍ରଶାନ୍ତ ପୁହାଣ ଙ୍କ ଉପସ୍ଥିତ ରେ ସାଇଁଟିଫିକ ଟିମ ପହଞ୍ଚି ଏହାର ତଦନ୍ତ କରିଥିଲା | ସନ୍ଧ୍ୟା ୫ଟା ବେଳେ ମୃତ ଦେହ ଉଦ୍ଧାର କରାଯାଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ବ୍ୟବଚ୍ଛେଦ ନିମନ୍ତେ ପଠାଇ ପୋଲିସ ଘଟଣାର ତଦନ୍ତ କରୁଛି | ଘଟଣା ସ୍ଥଳରେ ମୃତ ଛାତ୍ର ଙ୍କ ସମ୍ପର୍କୀୟ ଉପସ୍ଥିତ ଥିଲେ |ଛାତ୍ର ର ଅଭିଭାବକ ଆତ୍ମ ହତ୍ୟାପାଇଁ ପୁଲିଟେକିନ କତୃପକ୍ଷନ ଙ୍କୁ ଦାୟୀ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking