21.1 C
Bhubaneswar
Tuesday, February 10, 2026
Homeଓଡିଶାକମେଣ୍ଟକୁ ନେଇ ଛାତ୍ରୀଙ୍କ ପରିବାରକୁ ଆକ୍ରମଣ

କମେଣ୍ଟକୁ ନେଇ ଛାତ୍ରୀଙ୍କ ପରିବାରକୁ ଆକ୍ରମଣ

ନିମାପଡ଼ା : କମେଣ୍ଟମରାକୁ ନେଇ ଛାତ୍ରୀଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ। ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଅସାମାଜିକ ଯୁବକଙ୍କ ଆତଙ୍କ। ଛାତ୍ରୀଙ୍କ ଘରେ ପଶି ପୁରା ପରିବାର ଉପରେ ଆକ୍ରମଣ କରିଛନ୍ତି। ଆକ୍ରମଣରେ ୬ ଜଣ ଗୁରୁତର ହୋଇଛନ୍ତି। ଛାତ୍ରୀ ଜଣକ କଲେଜରୁ ଘରକୁ ଫେରୁଥିବା ସମୟରେ ଦୃତ ଗତିରେ ବାଇକରେ ଆସି ସାଇଡ ମାରିଥିଲେ ଓ ଅଶ୍ଲୀଳ ଇଙ୍ଗିତ କରିଥିଲେ।  ବବୁଲ ଭୋଇ,କାଳନ୍ଦୀ ଭୋଇ, ଟବୁଲ ଭୋଇ, ଚୀନୁ ଭୋଇ,ବିସ୍ମୟ ଭୋଇ ଅଶ୍ଲୀଳ ଇଙ୍ଗିତ କରିଥିଲେ। ଛାତ୍ରୀ ଜଣଙ୍କ ପ୍ରତିବାଦ କରିବା ସହିତ ଏନେଇ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ।  ଘରେ ଜଣାଇବାରୁ ଯୁବକ ମାନେ ରକ୍ତମୁଖା ସାଜିଥିଲେ। ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଛାତ୍ରୀଙ୍କ ଘରେ ପଶିବା ସହିତ ସମସ୍ତଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ଆକ୍ରମଣରେ ଛାତ୍ରୀଙ୍କ ସମେତ ତାଙ୍କ ମାଆ,ବାପା,ବଡ଼ବାପା,ବଡ଼ମାଆ ଓ ବଡ଼ ଭଉଣୀ ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ବଡ଼ବାପାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏନେଇ ନିମାପଡ଼ା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି।  ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking