22.1 C
Bhubaneswar
Sunday, February 15, 2026
Homeଓଡିଶାଛାତ୍ରଛାତ୍ରୀମାନେ ନିଜର ଲକ୍ଷ୍ୟ ସ୍ଥିର କରି ପ୍ରୟାସ ଜାରି ରଖିଲେ ଅସାଧ୍ୟ କାର୍ଯ୍ୟ ସାଧନ କରିପାରିବେ

ଛାତ୍ରଛାତ୍ରୀମାନେ ନିଜର ଲକ୍ଷ୍ୟ ସ୍ଥିର କରି ପ୍ରୟାସ ଜାରି ରଖିଲେ ଅସାଧ୍ୟ କାର୍ଯ୍ୟ ସାଧନ କରିପାରିବେ

ଯାଜପୁର:ଯାଜପୁର ଜିଲ୍ଲା ର ବ୍ୟାସନଗର ସ୍ଵଂୟ ଶାସିତ ମହାବିଦ୍ୟାଳୟ ର ବାର୍ଷିକ ଉତ୍ସବ ଶନିବାର ମହାବିଦ୍ୟାଳୟର ମୁକ୍ତ ମଞ୍ଚରେ ମହା ସମାରୋହରେ ଅନୁଷ୍ଟିତ ହୋଇ ଯାଇଛି। ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ହିମାଂଶୁ ଶେଖର ଦ୍ବିବେଦୀ ଙ୍କ ସଭାପତିତ୍ୟରେ ଆୟୋଜିତ ସଭାରେ ଅତିଥିମାନଙ୍କୁ ସ୍ଵାଗତ କରିଥିଲେ।ପ୍ରାଧ୍ୟାପକ ଡଃ ଅକ୍ଷୟ କୁମାର ମହାନ୍ତି ଅତିଥି ଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଶିକ୍ଷା ଅଧିକାରୀ ପ୍ରାଧ୍ୟାପକ ଅମୂଲ୍ୟ କୃଷ୍ଣ ପାଢ଼ୀ ବାର୍ଷିକ ବିବରଣୀ ପାଠ କରି ବିଗତ ବର୍ଷରେ ମହାବିଦ୍ୟାଳୟର ସାଫଲ୍ୟ ବିଷୟ ପ୍ରକାଶ କରିବା ସହ ମହାବିଦ୍ୟାଳୟର ବିଭିନ୍ନ ଅଭାବ ଅସୁବିଧା ସଂପର୍କରେ ମୁଖ୍ୟ ଅତିଥିଙ୍କ ଦୃଷ୍ଟିକୁ ଆଣିଥିଲେ।ମୁଖ୍ୟ ଅତିଥି ରୂପେ ମହାବିଦ୍ୟାଳୟ ର ପ୍ରାକ୍ତନ ଛାତ୍ର ତଥା କୋରେଇର ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକ ଯୋଗଦେଇ ଛାତ୍ରଛାତ୍ରୀ ମାନେ ନିଜର ଲକ୍ଷ୍ୟକୁ ସ୍ଥିରକରି ଏଥିପାଇଁ ପ୍ରୟାସ ଜାରି ରଖିଲେ ଅସାଧ୍ୟ କାର୍ଯ୍ୟ ସାଧନ କରିପାରିବେ ବୋଲି ମତ ବ୍ୟକ୍ତ କରିଥିଲେ।ଛାତ୍ର ଛାତ୍ରୀ ମାନେ ଚାକିରି ପଛରେ ନ ଗୋଡେଇ ନିଜ ଗୋଡ଼ରେ ଛିଡ଼ା ହେବା ସହ ଅନେକଙ୍କୁ ଚାକିରି ଯୋଗାଇଦେବାରେ ସହାୟକ ହେବାକୁ ପରାମର୍ଶ ଦେଇଥିଲେ। ନିଜ ଜୀବନର ଉଦାହରଣ ଦେଇ ସର୍ବଦା ନିର୍ଭୟ ହେବାକୁ କହିଥିଲେ।ଏଥିସହ ପ୍ରାକ୍ତନ ଛାତ୍ର ହିସାବରେ ମହାବିଦ୍ୟାଳୟକୁ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଗଢି ତୋଳିବାକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।ଅନ୍ୟତମ ସମ୍ମାନିତ ଅତିଥି ରୂପେ ଓଡ଼ିଆ ଚଳଚ୍ଚିତ୍ରର ନାୟିକା ଶୀତଳ ପାତ୍ର ଯୋଗଦେଇ ଛାତ୍ର ଛାତ୍ରୀମାନଙ୍କର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତାରେ ସନ୍ତୋଷ ପ୍ରକାଶ କରିଥିଲେ।ପରିଶେଷରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା କୃତି ପ୍ରତିଯୋଗୀଙ୍କୁ ମୁଖ୍ୟଅତିଥି ପୁରସ୍କାର ପ୍ରଦାନ କରିଥିଲେ। ସଭାରେ ମଞ୍ଚ ପରିଚାଳନା କରିଥିଲେ,ପ୍ରାଧ୍ୟାପକ ଗୌରାଙ୍ଗ ଚରଣ ମାଲିକ, ପ୍ରାସାସନିକ ଅଧିକାରୀ ପ୍ରାଧ୍ୟାପକ ଅଜୟ କୁମାର ମହାକୁଡ ଓ ପ୍ରାକ୍ତନ ଅଧ୍ୟକ୍ଷ ପ୍ରାଧ୍ୟାପକ ଦିଲ୍ଲୀପ କୁମାର ମହାନ୍ତି।ସଭାପୂର୍ବରୁ ବିଧାୟକ ଶ୍ରୀଯୁକ୍ତ ଆକାଶ ଦାସ ନାୟକଙ୍କୁ ମହାବିଦ୍ୟାଳୟର ମୁଖ୍ୟ ଫାଟକ ପାଖରୁ ଏକ ବିରାଟ ପଟୁଆରରେ ଛାତ୍ରଛାତ୍ରୀ, ଏନ ସି ସି କ୍ୟାଡେଟ ଓ ଅଧ୍ୟାପକ ଅଧ୍ୟାପିକାମାନେ ପାଛୋଟି ଆଣିଥିଲେ।ମହାବିଦ୍ୟାଳୟ ପରିସରରେ ଥିବା ବିଭିନ୍ନ ମହାପୁରୁଷଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପହାର ପ୍ରଦାନ କରିଥିଲେ। ସଭାଶେଷରେ କଟକର ସଙ୍ଗମ ଅର୍କେଷ୍ଟ୍ରା ଓ ଗାୟିକା ଅର୍ପିତା ଚୌଧୁରୀ ରଙ୍ଗାରଙ୍ଗ ମେଲୋଡି କାର୍ଯ୍ୟ କ୍ରମ କରିଥିଲେ। ଏ ସମସ୍ତ କାର୍ଯ୍ୟ କ୍ରମ କୁ ଅନୁଷ୍ଠାନର ସମସ୍ତ ଅଧ୍ୟାପକ,ଅଧ୍ୟାପିକା ତଥା ଅଣଶିକ୍ଷକ କର୍ମଚାରୀ ମାନେ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking