କୋରାପୁଟ: କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସୁନାବେଡାଠାରେ ଶୁକ୍ରବାର ସକାଳେ ଛାତ୍ର ଅଶାନ୍ତି ଦେଖିବାକୁ ମିଳିଛି । କୋରାପୁଟ ଜିଲ୍ଲାର ସୁନାବେଡାଠାରେ ଥିବା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମୁଖ୍ୟ କ୍ୟାମ୍ପସରେ ତାଲା ପକାଇଛନ୍ତି ଛାତ୍ରଛାତ୍ରୀ । ମେଧାବୃତ୍ତି ନ ମିଳିବା ଓ ବିଭିନ୍ନ ବିଭାଗର ପରୀକ୍ଷା ଫଳ ୨ ବର୍ଷ ହେବ ପ୍ରକାଶିତ ନହେବା, ହଷ୍ଟେଲ ସମସ୍ୟା, ପ୍ରଫେସର ଅଭାବ ଏବଂ ଦୁର୍ବଳ ଭିତ୍ତିଭୂମି କୁ ନେଇ ତାତିଛନ୍ତି ଛାତ୍ରଛାତ୍ରୀ । ସମସ୍ୟାର ସମାଧାନ ନହେବା ଯାଏଁ ଛାତ୍ରଛାତ୍ରୀ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି ।










