ବାଲେଶ୍ୱର: ବାଲେଶ୍ୱର ଏଫଏମ କଲେଜ ପ୍ରିନ୍ସିପାଲ ଦିଲ୍ଲୀପ ଘୋଷ ଓ ଏଜୁକେସନ ବିଭାଗ ଏଚଓଡି ସମୀର ସାହୁ ସସପେଣ୍ଡ ହୋଇଛନ୍ତି । ଛାତ୍ରୀ ଆତ୍ମାହୁତୀ ଉଦ୍ୟମ ଘଟଣାରେ ସସପେଣ୍ଡ କଲା ଉଚ୍ଚଶିକ୍ଷା ବିଭାଗ । କାର୍ଯ୍ୟାନୁଷ୍ଠାନ ବାବଦରେ ସୂଚନା ଦେଲେ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂଯ୍ୟବଂଶୀ ସୂରଜ । ବାଲେଶ୍ଵର ଫକୀରମୋହନ କଲେଜ ପରିସରରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ । ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କଲେ ଛାତ୍ରୀ । କଲେଜ ଅଧ୍ୟାପକ ଦୁର୍ବ୍ୟବହାର କରୁଥିବା ନେଇ କଲେଜ ଅଧ୍ୟକ୍ଷଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ ଅଭିଯୁକ୍ତ ଅଧ୍ୟାପକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ନିଜ ଜୀବନ ନେବାକୁ ଉଦ୍ୟମ କରିଛନ୍ତି ପୀଡିତା ଛାତ୍ରୀ । ଗୁରୁତର ଅବସ୍ଥାରେ ତାଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟପଟେ ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଦୁଇ ଜଣ ଛାତ୍ର ଆହତ ହୋଇଛନ୍ତି ।









