ମହାରାଷ୍ଟ୍ର: ଛାତ୍ରଙ୍କୁ ଗଳା କାଟି ହତ୍ୟା ଉଦ୍ୟମ । ମହାରାଷ୍ଟ୍ରର ପୁଣେରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକଙ୍କ ପରିଚୟ ଏପର୍ଯ୍ୟନ୍ତ ମିଳିପାରିନାହିଁ । ସୂଚନାରୁ ପ୍ରକାଶ, ଆଜି ସକାଳେ ଏକ ଘରୋଇ ଶ୍ରେଣୀଗୃହରେ କ୍ଲାସ ଚାଲିଥିବା ସମୟରେ ଜଣେ ଛାତ୍ର ତାଙ୍କ ସହପାଠୀର ଗଳା କାଟି ହତ୍ୟା ଉଦ୍ୟମ କରିଛି । ଆକ୍ରମଣ କରିବା ପରେ ଅଭିଯୁକ୍ତ ଛାତ୍ର ଜଣକ ବାଇକ୍ ଯୋଗେ ଫେରାର ହୋଇଯାଇଥିବା ସୂଚନା ମିଳିଛି । ଆକ୍ରମଣର କାରଣ ଏପର୍ଯ୍ୟନ୍ତ ମିଳିପାରିନାହିଁ । ଆକ୍ରମଣ ପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିବା ପିଲାଟିକୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଘରୋଇ ଶେଣୀରେ ପିଲାମାନଙ୍କ ସୁରକ୍ଷାକୁ ନେଇ ଏକ ଗମ୍ଭୀର ପ୍ରଶ୍ନ ଉଠିଛି ।










