30.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶପେଟ୍ରୋଲ ଢ଼ାଳି ନିଜକୁ ଜାଳିଦେଲେ ଛାତ୍ର

ପେଟ୍ରୋଲ ଢ଼ାଳି ନିଜକୁ ଜାଳିଦେଲେ ଛାତ୍ର

ମୁଜାଫରନଗର: ଉତ୍ତରପ୍ରଦେଶର ମୁଜାଫରନଗର ସ୍ଥିତ ଡିଏଭି କଲେଜ୍ କ୍ୟାମ୍ପସରେ ଶନିବାର ଅପରାହ୍ନରେ ଏକ ଅତ୍ୟନ୍ତ ଅଭାବନୀୟ ଘଟଣା ଘଟିଯାଇଥିବା ସମ୍ପର୍କରେ ସୂଚନା ମିଳିଛି। ଏଠାରେ ଉଜ୍ଜ୍ୱଳ ରାଣା ନାମକ ଜଣେ କଲେଜ ଛାତ୍ର, ପ୍ରିନ୍ସପାଲ୍‌ଙ୍କ ଖରାପ ବ୍ୟବହାରକୁ ସହ୍ୟ କରିନପାରି ନିଜ ଦେହରେ ପେଟ୍ରୋଲ୍ ଢ଼ାଳି ହୋଇ ନିଆଁ ଲଗାଇ ଦେଇଥିଲେ। ଅଭିଯୋଗ ଅନୁସାରେ ଉଜ୍ଜ୍ୱଳ ପାରିବାରିକ ଆର୍ଥିକ ସମସ୍ୟା କାରଣରୁ ଦୀର୍ଘ ସମୟ ଧରି କଲେଜରେ ନିଜ ଫି’ ଜମା କରିପାରିନଥିଲେ। ଫଳରେ ପ୍ରିନ୍ସିପାଲ ତାଙ୍କୁ ପରୀକ୍ଷା ଦେବାରୁ ବଞ୍ôଚତ କରିଦେଇଥିଲେ। ତାଙ୍କୁ ପରୀକ୍ଷା ଫର୍ମ ଦାଖଲ କରିବାକୁ ମଧ୍ୟ ଅନୁମତି ଦେଇନଥିଲେ ପ୍ରିନ୍ସପାଲଜଣକ। ଏହାକୁ ନେଇ ଯେତେବେଳେ ଉଜ୍ଜ୍ୱଳ ନିଜ ଅଭିଭାବକଙ୍କ ସହ ପ୍ରିନ୍ସପାଲ୍‌ଙ୍କ ପାଖକୁ ଆସିଥିଲେ ଏବଂ ପରୀକ୍ଷା ପାଇଁ ଅନୁମତି ନଦେବାର କାରଣ ପଚାରିଥିଲେ ସେତେବେଳେ ପ୍ରିନ୍ସପାଲ୍ ସେମାନଙ୍କୁ କହିଥିଲେ ଯେ ସେ ଏଠାରେ ଧର୍ମଶାଳା ଖୋଲିନାହାନ୍ତି। ଅଭିଭାବକଙ୍କ ସହ ଉଜ୍ଜ୍ୱଳଙ୍କ କିଛି ସହପାଠୀ ମଧ୍ୟ ଏପ୍ରକାର ଅଭିଯୋଗ କରିଛନ୍ତି।

ପୁଲିସ୍ ଏବେ ଅଭିଯୁକ୍ତ ପ୍ରିନ୍ସିପାଲଙ୍କୁ ନିଜ ହେପାଜତ୍‌କୁ ନେଇଥିବା ବେଳେ ମାମଲାର ତଦନ୍ତ ଆରମ୍ଭ କରିଛି। ଲିଖିତ ଅଭିଯୋଗ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍ କହିଛି। ଅନ୍ୟପକ୍ଷେ ଉଜ୍ଜ୍ୱଳଙ୍କ ଶରୀରର ପ୍ରାୟ ୭୦% ପୋଡିହୋଇଯାଇଥିବାରୁ ତାଙ୍କ ଅବସ୍ଥା ସଂକଟାପନ୍ନ ଥିବା ଡାକ୍ତରୀ ସୂତ୍ରରୁ କୁହାଯାଇଛି। ଉଜ୍ଜ୍ୱଳନିଜ ଦେହରେ ନିଆଁ ଲଗାଉଥିବା ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି। ଭିଡିଓରେ ଉଜ୍ଜ୍ୱଳ ଜଳୁଥିବା ଅବସ୍ଥାରେ ଦୌଡୁଥିବାର ଦେଖାଯାଉଛି। ଏହି ସମୟରେ ଉଜ୍ଜ୍ୱଳ କହୁଛନ୍ତି ଯେ ପ୍ରିନ୍ସିପାଲ ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ଅନ୍ୟ ଛାତ୍ରଙ୍କ ସମ୍ମୁଖରେ ଅପମାନିତ କରିଥିଲେ। ଏହା ତାଙ୍କୁ ଏବଂ ତାଙ୍କ ବାପାଙ୍କୁ ଅପମାନିତ କରିଛି। ଏହି କାରଣରୁ ସେ ଆତ୍ମହତ୍ୟା କରୁଛନ୍ତି। ତେବେ ଉଜ୍ଜ୍ୱଳଙ୍କୁ ବଞ୍ଚାଇବା ପାଇଁ ସ୍କୁଲର ଅନ୍ୟପିଲାମାନେ ସ୍କୁଲ ବ୍ୟାଗ ଏବଂ ପାଣି ବ୍ୟବହାର କରି ନିଆଁ ଲିଭାଇଦେଇଥିଲେ। ଏହି ଘଟଣାରେ ଅଜ୍ୟ ଜଣେ ଛାତ୍ର ମଧ୍ୟ କିଛି ମାତ୍ରାରେ ପୋଡ଼ି ହୋଇଯାଇଛନ୍ତି। ଉଜ୍ଜ୍ୱଳଙ୍କୁ ପ୍ରଥମେ ନିକଟସ୍ଥ ଏକ ଡାକ୍ତରଖାନାକୁ ନିଆଯାଇଥିଲା, ସେଠାରୁ ତାଙ୍କୁ ମିରଟ ଏବଂ ପରେ ଦିଲ୍ଲୀକୁ ରେଫର କରାଯାଇଛି। ପ୍ରକାଶ, ଖାକ୍ରୋବାନ ଗାଁର ବାସିନ୍ଦା ଉଜ୍ଜ୍ୱଳ ବୁଧାନାର ଡିଏଭି ପିଜି କଲେଜରେ ଦ୍ୱିତୀୟ ବର୍ଷର ବିଏ ଛାତ୍ର। ସେ ଏବେ ତାଙ୍କର ତୃତୀୟ ସେମିଷ୍ଟରରେ ଅଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking