28.1 C
Bhubaneswar
Monday, February 9, 2026
Homeଦେଶ ବିଦେଶସୁଇସାଇଡ୍ ନୋଟରେ ଅଧ୍ୟାପକଙ୍କ ନାଁ ଲେଖି ଝୁଲି ପଡ଼ିଲେ ଛାତ୍ରୀ

ସୁଇସାଇଡ୍ ନୋଟରେ ଅଧ୍ୟାପକଙ୍କ ନାଁ ଲେଖି ଝୁଲି ପଡ଼ିଲେ ଛାତ୍ରୀ

ନୂଆଦିଲ୍ଲୀ: ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଏଫଏମ୍ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଖବର ଏବେ ଚାରିଆଡ଼େ ଚର୍ଚ୍ଚାରେ ଥିବା ବେଳେ ଗ୍ରେଟର ନୋଇଡାର ଶାରଦା ୟୁନିଭର୍ସିଟିରେ ଘଟିଛି ସମାନ ଘଟଣା। ବିଡିଏସ ସେକେଣ୍ଡ ଇୟର ଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଛାତ୍ରୀ ଜଣଙ୍କ ମଣ୍ଡେଲା ଗଲ୍ସ ହଷ୍ଟେଲରେ ଶୁକ୍ରବାର ଦିନ ସଂଧ୍ୟା ୭ଟା ସମୟରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ହେଲେ ଛାତ୍ରୀ ଜଣଙ୍କ ଏକ ସୁଇସାଇଡ୍ ନୋଟ୍ ଲେଖିଛନ୍ତି। ସେଥିରେ ତାଙ୍କ ମୃତ୍ୟୁ ପାଇଁ କିଏ ଦାୟୀ ମଧ୍ୟ ଲେଖି ତାଙ୍କ ଜୀବନ ହାରି ଦେଇଛନ୍ତି। ସୁଇସାଇଡ୍ ନୋଟରେ ଛାତ୍ରୀ ଲେଖିଛନ୍ତି ତାଙ୍କ ମୃତ୍ୟୁ ପାଇଁ ୨ ଜଣ ଅଧ୍ୟାପକ ଦାୟୀ। ଆତ୍ମହତ୍ୟା କରିଥିବା ଛାତ୍ରୀ ହେଉଛନ୍ତି ଜ୍ୟୋତି ଶର୍ମା। ଛାତ୍ରୀଙ୍କ ଆତ୍ମହତ୍ୟା ଖବର ଜାଣିବା ପରେ ଅନ୍ୟ ଛାତ୍ରମାନେ ହଷ୍ଟେଲ ପ୍ରଶାସନକୁ ଦେଇଥିଲେ।

ଯାହା ପରେ କଲେଜ ପ୍ରଶାସନ ଏହି ଘଟଣା ନେଇ ପୋଲିସକୁ ସୂଚନା ଦେଇଛନ୍ତି। ସୂଚନା ମିଳିବା ପରେ ପୋଲିସ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଏବେ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ। ୨ଜଣ ଅଧ୍ୟାପକଙ୍କୁ ଏବେ ପଚରାଉଚରା କରୁଛି ପୋଲିସ। ମଣ୍ଡେଲା ଗଲ୍ସ ହଷ୍ଟେଲର ୧୨ ମହଲାରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି ଛାତ୍ରୀ। ମୃତଦେହ ପାଖରେ ସୁଇସାଇଢ ନୋଟ ମଧ୍ୟ ପଡ଼ିଛି। ଅଧ୍ୟାପକ ଏବଂ ମ୍ୟାନେଜମେଣ୍ଟ ଉପରେ ନିର୍ଯାତନାର ଆରୋପ ଲଗାଇଛନ୍ତି ମୃତ ଛାତ୍ରୀ। ଛାତ୍ରୀଙ୍କ ମୃତ୍ୟୁ ପରେ କଲେଜ ଛାତ୍ର ପାଟିତୁଣ୍ଡ କରିବା ସହ ଆନ୍ଦୋଳନ କରିଥିଲେ। ଛାତ୍ରଙ୍କ କହିବା କଥା ତାଙ୍କ ଉପରେ ମାନସିକ ସ୍ତରରେ ଚାପ ପକାଯାଉଥିଲା। ମୃତ ଛାତ୍ରୀଙ୍କ ବିରୋଧରେ ନକଲି ଫର୍ମରେ ଦସ୍ତଖତ କରିଥିବା ଅଭିଯୋଗ ହୋଇଥିଲା, ଯାହା ଯୋଗୁଁ ସେ ବହୁତ ଦୁଃଖିତ ଥିଲେ। ଛାତ୍ରମାନେ ପୋଲିସ ଉପରେ ଅବହେଳାର ଅଭିଯୋଗ ମଧ୍ୟ କରିଛନ୍ତି। ପ୍ରତିବାଦ କରୁଥିବା ଛାତ୍ର ଏବଂ ପୋଲିସ ଯୁକ୍ତିତର୍କ ମଧ୍ୟ ହୋଇଥିଲା। ଏହି ଆତ୍ମହତ୍ୟା ପରେ, ଶାରଦା ବିଶ୍ୱବିଦ୍ୟାଳୟର ପିଆରଓ କହିଛନ୍ତି, “ଶାରଦା ବିଶ୍ୱବିଦ୍ୟାଳୟରେ ଜଣେ ଛାତ୍ରଙ୍କ ଆତ୍ମହତ୍ୟା କରିଛନ୍ତି। ମୃତ ଛାତ୍ରଙ୍କ ପରିବାରକୁ ସମବେଦନା ଜଣାଇବା ସହ କହିଛନ୍ତି ଯେ ଯିଏ ଦୋଷୀ, ତାଙ୍କୁ କଠୋର ଦଣ୍ଡ ମିଳିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking