ଭୁବନେଶ୍ୱର: କିସ୍ ଛାତ୍ର ମୃତ୍ୟୁ ଘଟଣାରେ ତନାଘନା । କିସ୍ରେ ପହଞ୍ଚିଲେ ଓଏସସିପିସିଆର ଅଧ୍ୟକ୍ଷା ବବିତା ପାତ୍ର । ୫ ଜଣିଆ ଟିମ୍ ସହ ତଦନ୍ତ ପାଇଁ ପହଞ୍ଚିଲେ ଅଧ୍ୟକ୍ଷା । କିସ୍ କର୍ତ୍ତୃପକ୍ଷ କାହିଁକି ଲୁଚାଇଥିଲେ ଅନୁଧ୍ୟାନ ପାଇଁ ପହଞ୍ଚିଲେ । ସେପଟେ କିସ୍ ଛାତ୍ର ହତ୍ୟା ଘଟଣାରେ ତଦନ୍ତ ପାଇଁ କିମ୍ସ ମେଡିକାଲ୍ରେ ପୋଲିସ ଟିମ୍ । କେଉଁ ପରିସ୍ଥିତିରେ ଛାତ୍ର ଜଣଙ୍କ ମେଡିକାଲ୍ ଆସିଥିଲେ ପଚରାଉଚରା କରୁଛି ପୋଲିସ । ଇନ୍ଫୋସିଟି ଆଇଆଇସିଙ୍କ ନେତୃତ୍ବରେ ପୋଲିସ ଟିମ୍ ପଚରାଉଚରା କରୁଛି । ଅନ୍ୟପଟେ ଏହି ଘଟଣାକୁ ଜଘନ୍ୟ ଅପରାଧ କହିଲେ ଶିକ୍ଷାବିତ ଆରଏନ୍ ପଣ୍ଡା ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ୩ ଛାତ୍ର ତଣ୍ଟି ଚପି ମାରି ଅପରାଧିକ କାର୍ଯ୍ୟ କରିଛନ୍ତି । ଆଉ ତାହାକୁ ଲୁଚାଇ କିସ୍ କର୍ତ୍ତୃପକ୍ଷ ତାହାଠୁ ବଡ଼ ଅପରାଧ କରିଛନ୍ତି । କଣ କରୁଥିଲେ ହଷ୍ଟେଲ ୱାଡେନ୍, ପ୍ରିନ୍ସିପାଲ୍ କାହିଁକି ଲୁଚାଇଲେ । ସବୁ କଥା ବୁଝିବେ କହି ପିଲାଙ୍କୁ ଆବାସିକ ସ୍କୁଲ୍କୁ ଆଣୁଛନ୍ତି । ଆଉ ପିଲାକୁ ହତ୍ୟା ପରେ ମିଛ କହି ଲୁଚାଇବା କି ପ୍ରକାର ମାନସିକତା । ମାଗଣା ପଢ଼ାଉଛନ୍ତି କହି ଡିଣ୍ଡିମ ପିଟୁଛନ୍ତି, ମାତ୍ର ପ୍ରକୃତରେ ମାଗଣା ନୁହେଁ ।










