16.1 C
Bhubaneswar
Monday, February 9, 2026
Homeଓଡିଶାବଟି ବିରୁଦ୍ଧରେ ଛାତ୍ର କଂଗ୍ରେସ ବିରୋଧ : ଛାତ୍ର କଂଗ୍ରେସ

ବଟି ବିରୁଦ୍ଧରେ ଛାତ୍ର କଂଗ୍ରେସ ବିରୋଧ : ଛାତ୍ର କଂଗ୍ରେସ

ଭୁବନେଶ୍ୱର: ଭୁବନେଶ୍ୱର ନିଳାଦ୍ରୀ ବିହାର ଅଂଚଳରେ ଗିତାଞ୍ଜଳୀ ମହିଳା ନିଜ ପରିବାରକୁ ପୋଷିବା ଉଦ୍ଦ୍ୟେଶ ନେଇ ଏକ ଛୋଟ ଦୋକାନଟିଏ କରିଥିଲେ। କିନ୍ତୁ ଦୁର୍ଭାଗ୍ୟବସତ ସେହି ଅଂଚଳର କର୍ପୋରେଟରଙ୍କ ସ୍ୱାମୀ ଶ୍ରୀଯୁକ୍ତ ମନୋଜ ସାହୁ ତାଙ୍କୁ ଏଠାରେ ଦୋକାନ କରିବାକୁ ହେଲେ ମାସିକ ୧୦ ହଜାର ଟଙ୍କା ବଟି ଆକାରରେ ଦେବାକୁ କହିଥିଲେ ଏବଂ ବଟି ନ ଦେଲେ ଦୋକାନ ଭାଙ୍ଗିବ ବୋଲି ଧମକ ଦେଇଥିଲେ। ସେ ଅହହାୟ ମହିଳା ଜଣଙ୍କ ଭୟଭିତ ହୋଇ ଏ ବିଷୟରେ ନିକଟସ୍ଥ ଥାନାରେ ମନୋଜ ସାହାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଥିଲେ। କିନ୍ତୁ ପୁଲିସ ପ୍ରଶାସନ ଦ୍ୱାରା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ। କିଛି ଦିନ ପରେ ସେ ଅସହାୟ ମହିଳା ଜଚ୍ଚଙ୍କ ବାଧ୍ୟ ହୋଇ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ଉଦ୍ଦିତ ପ୍ରଧାନଙ୍କ ନିକଟରେ ଦ୍ୱାରସ୍ଥ ହେଲେ।

ଶ୍ରୀ ପ୍ରଧାନ ତାହା ଶୁଣି ପୁନଃର୍ବାର କର୍ପୋରେଟରଙ୍କ ସ୍ୱାମୀ ମନୋଜ ସାହାଙ୍କ ବିରୁଦ୍ଧରେ ନିକଟସ୍ଥ ଥାନାରେ ମାମଲା ରୁଜୁ କଲେ ଏବଂ ମହିଳାଙ୍କ ନ୍ୟାୟ ମିଳୁ ବୋଲି ଦାବି କଲେ। ଥାନା ଅଧିକାରୀ ଯଥାଶିଘ୍ର ଉକ୍ତ ଦାବି ପୁରଣ କରିବେ ବୋଲି ପ୍ରତିଶ୍ରୁତି ଦେଲେ। ଯଦି ଉକ୍ତ ନାରୀକୁ ନ୍ୟାୟ ନ ମିଳେ ତେବେ ଆଗାମୀ ଦିନରେ ଏ.ସି.ପି. ଆଗରେ ଧାରଣା ଦିଆଯିବ ବୋଲି ଛାତ୍ର କଂଗ୍ରେସ ସଭାପତି ଶ୍ରୀଯୁକ୍ତ ଉଦିତ ପ୍ରଧାନ ଚେତାବନି ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ସୁବ୍ରତ ମହାପାତ୍ର, ପ୍ରସନ୍ନ କୁମାର ନାୟକ, ଆଶିଷ ମଲ୍ଲିକ, ମନୋରଞ୍ଜନ ଜେନା (ପଦିଆ)ନଂ-୧, ବ୍ଲକ ସଭାପତି, ନିହାର ରଞ୍ଜନ ବେହେରା ଓ ଛାତ୍ର କଂଗ୍ରେସର ସମସ୍ତ କର୍ମୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking