26.9 C
Bhubaneswar
Monday, October 7, 2024
Homeଓଡିଶାରାଜଭବନ ଆଗରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ରାଜଭବନ ଆଗରେ ଛାତ୍ର କଂଗ୍ରେସ-ପୋଲିସ ଧସ୍ତାଧସ୍ତି

ଭୁବନେଶ୍ବର : ରାଜଭବନ ଆଗରେ ଗର୍ଜିଲା ଛାତ୍ର କଂଗ୍ରେସ । ପୁରୀ ରାଜଭବନରେ ସେ କଳା ରାତିର ଘଟଣାକୁ ନେଇ ରାଜ୍ୟପାଳ ରଘୁବର ଦାସଙ୍କ ପୁଅର ଗିରଫ ଦାବିରେ ଆଜି ରାଜଭବନ ଆଗରେ ପୁଣି ଯୁବ ଏବଂ ଛାତ୍ର କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେବେ ରାଜ୍ୟ ପୁଅଙ୍କୁ ଗିରଫ କରାଯାଉଛି ସେନେଇ ପ୍ରଶ୍ନ କରିଛି କଂଗ୍ରେସ । ରାଜ୍ୟପାଳଙ୍କ ପୁଅର ଗିରଫ ଦାବିରେ ରାଲି ପ୍ରଦର୍ଶନ କରିଛି । ସେପଟେ ବିକ୍ଷୋଭ ପ୍ରଦର୍ଶନ ବେଳେ ଯୁବ ଏବଂ ଛାତ୍ର କଂଗ୍ରେସ ରାଜଭବନ ଘେରାଉ ପାଇଁ ବ୍ୟାରିକେଡ ଉପରେ ଚଢି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ଏହା ମଧ୍ୟରେ ପୋଲିସ୍ କର୍ମୀ ଓ କଂଗ୍ରେସ ମଧ୍ୟରେ ଧସ୍ତା ଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିଲା । ଫଳରେ ଭୁବନେଶ୍ବର ପାୱାର ହାଉସ୍‌ ଛକରୁ ପୋଲିସ୍ କିଛି କଂଗ୍ରେସ କର୍ମୀଙ୍କୁ ଉଠାଇନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking