22.1 C
Bhubaneswar
Friday, December 26, 2025
Homeଓଡିଶାପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ନାମରେ ଏତେଲା ଦାଖଲ

ପ୍ରଦେଶ ଛାତ୍ର କଂଗ୍ରେସ ପକ୍ଷରୁ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ଙ୍କ ନାମରେ ଏତେଲା ଦାଖଲ

ଭୁବନେଶ୍ଵର : ଓଡ଼ିଆ ଚଳଚ୍ଚିତ୍ର କଳାକାର ବୁଦ୍ଧାଦିତ୍ୟ ମହାନ୍ତି ସନ୍ତ୍ରସ ବାଦକୁ ସମର୍ଥନ କରୁଥିବା ଜଣେ ଅପରାଧୀ ବୋଲି ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଅଭିଯୋଗ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି ଯେ ବୁଦ୍ଧ।ଦିତ୍ୟ ଲରେନ୍ସ ବିଶ୍ନୋଇ କୁ ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି କହିଛନ୍ତି। କାରଣ ଆମେରିକାର ସି ଆଇ ଏ ଓ ଜର୍ମାନ ର ଗେଷ୍ଟପୋ ସହ ଲରେନ୍ସ ବିଷ୍ଣୋଇ କୁ ତୁଳନା କରାଯାଇଛି। ଅର୍ଥାତ୍ ଏହି ବ୍ୟକ୍ତି ଭାରତର ସରକାରୀ ଗୁପ୍ତଚର ସଂସ୍ଥା ବୋଲି ପରୋକ୍ଷରେ କୁହା ଯାଇଛି।

ମୁଖ୍ୟ ପ୍ରସଙ୍ଗ ହେଉଛି ସେ ବାବା ଶିଦ୍ଦିକି ଙ୍କ ହତ୍ୟା ପରେ ରାହୁଲ ଗାନ୍ଧୀଙ୍କ ପାଳି ପଡ଼ିବ ବୋଲି ତାଙ୍କ ଫେସବୁକ୍ ଆଇଡି ରେ ପୋଷ୍ଟ କରିଛନ୍ତି। ରାହୁଲ ଗାନ୍ଧୀ ହେଉଛନ୍ତି ଭାରତ ର ବିରୋଧୀ ଦଳ ନେତା।
ଅର୍ଥାତ୍ ବିରୋଧୀ ଦଳର ନେତାଙ୍କୁ କିପରି ହତ୍ୟା କରାଯିବ ସେ ଲରେନ୍ସ ବିଷ୍ଣୋଈ ଙ୍କୁ ପ୍ରଭାବିତ କରୁଛନ୍ତି ତାଙ୍କ ପୋଷ୍ଟିଂ ମାଧ୍ୟମରେ।
ଯିଏ ରାଷ୍ଟ୍ରର ବିରୋଧୀ ଦଳର ନେତା ତାଙ୍କୁ ହତ୍ୟା କରିବାକୁ
ଉସ୍କାଉ ଥିବା ବ୍ୟକ୍ତି ନିଶ୍ଚିନ୍ତ ଜଣେ ଅପରାଧୀ। ପ୍ରଦେଶ ଛାତ୍ର କଂଗ୍ରେସ ବୁଦ୍ଧାଦିତ୍ୟ ଙ୍କୁ ଗିରଫ କରିବାକୁ ଆଜି କ୍ୟାପିଟାଲ ଥାନାରେ ଏକ ଏତେଲା ଦରଜ କରିବାସହ ତାଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠନ ପାଇଁ ଦାବି କରିଛି।
ଏହି କାର୍ଯ୍ୟକ୍ରମରେ ଶୁଭମ୍ ରାଜ,ବିଶ୍ଵ ଭୂଷଣ ମହାପାତ୍ର, ଗଣେଶ ଦାସ,ସହରୁକ୍ ଖ।ନ୍ ସୁନିଲ୍ କୁମାର୍ ଗାନ୍ଧୀ, ସିଦ୍ଧାନ୍ତ ଓମ୍ ପ୍ରକାଶ, ପ୍ରତୀକ ଦାସ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking