30.1 C
Bhubaneswar
Thursday, March 19, 2026
Homeଓଡିଶାଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ

ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ତରଫରୁ ଛାତ୍ର ସଂସଦ ନିର୍ବାଚନ ଦାବିରେ ବିଧାନସଭା ଘେରାଉ

ଭୁବନେଶ୍ୱର – ଆଜି ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ୍ ନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରାଯାଇଥିଲା। ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରି ସରକାର ନେତୃତ୍ୱ ସୃଷ୍ଟି କରିବାପାଇଁ ଚାହୁଁ ନାହାନ୍ତି। ଛାତ୍ରମାନେ ହେଉଛନ୍ତି ଆଗାମୀ ଦିନରେ ଭବିଷ୍ୟତ। ଭବିଷ୍ୟତର ପୀଢ଼ିକୁ ଏ ସରକାର ଅଣଦେଖା କରିବାକୁ ଚେଷ୍ଟା କରୁଛନ୍ତି। ବିଗତ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରାଯାଇଥିଲା। ଏ ନେଇ ବିଜେପି ସରକାରରେ ଏହାର ପୁନରାବୃତି କରାଯାଇଛି। ଏଥିରୁ ସ୍ପଷ୍ଟ ଅନୁମେୟ ଉଭୟ ବିଜେପି ଏବଂ ବିଜେଡ଼ି ଛାତ୍ରଛାତ୍ରୀ ମାନଙ୍କୁ ଗଣତାନ୍ତ୍ରିକ ଅଧିକାରରୁ ବଂଚିତ ରଖିବାପାଇଁ ଷଡଯନ୍ତ୍ର ଚଳାଇଛନ୍ତି। ତଥାପି ସରକାର ଏଭଳି ଷଡଯନ୍ତ୍ରକୁ ଓଡ଼ିଶା ପ୍ରଦେଶ କଂଗ୍ରେସ କେବେବି ବରଦାସ୍ତ କରିବ ନାହିଁ। ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ତଥା ଭୁବନେଶ୍ୱର ଲୋକସଭାର କଂଗ୍ରେସ ପ୍ରାର୍ଥୀ ୟାସିର ନୱାଜ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ରେଭେନ୍ସା ବିଶ୍ୱବିଦ୍ୟାଳର ନାମ ପରିବର୍ତନ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଯେଉଁ ହୀନ ପ୍ରୟାସ କରୁଛନ୍ତି ଏହା ଅତ୍ୟନ୍ତ ନିନ୍ଦନୀୟ। ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଶ୍ରୀ ପ୍ରଧାନ ତାଙ୍କ ବକ୍ତବ୍ୟରେ ମଧ୍ୟ ରେଭେନ୍ସା ବିଶ୍ୱବିଦ୍ୟାଳୟର ନାମ ପରିବର୍ତନ ପ୍ରରିପ୍ରେକ୍ଷୀରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମାଲୋଚନା କରିଛନ୍ତି। ଆଗାମୀ ଦିନରେ ରାଜ୍ୟ ସରକାର ଯଦି ଛାତ୍ର ଛାତ୍ରୀମାନଙ୍କର ନାର୍ଯ୍ୟ ହକ ଦାବିରେ କୌଣସି ବାଧା ସୃଷ୍ଟି କରନ୍ତି ତାହାହେଲେ ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସ ଚୁପ ବସିବ ନାହିଁ ବୋଲି ଶ୍ରୀ ପ୍ରଧାନ ତାଙ୍କ ବିବୃତିରେ କହିଛନ୍ତି। ଆଜିର ଏହି ଘେରାଉ କାର୍ଯ୍ୟକ୍ରମରେ ଭୁବନେଶ୍ୱର ଲୋକସଭା ସାଂସଦ ପ୍ରାର୍ଥୀ ୟାସିର ନୱାଜ, ନିହାର ରଞ୍ଜନ ବେହେରା, ଗଣେଶ ଦାଶ, ଲିପିକା ପାତ୍ର, ଭାଗ୍ୟଶ୍ରୀ ମହାନ୍ତି, ଲକ୍ଷ୍ମୀପ୍ରିୟା ନାୟକ, ସୁନିଲ କୁମାର ସାହୁ, ମିର୍ଜା ଇସଲାମ, ନିଆଜୁଲ ଇସଲାମ, ମହମ୍ମଦ ତାଇସୁନ, ସାହାରୁଖ ଖାନ, ଆଦିତ୍ୟ ରାଶି, ଚନ୍ଦନ ସାହୁ, ଆରିୟନ ଦାସ, ସୌମ୍ୟ ରଞ୍ଜନ ବରାଳ, ରାଜେଶ ଦାସ, ମହମ୍ମଦ ଇସଲାମ ପ୍ରମୁଖ ଯୋଗଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking